୧-ସାରା ଦେଶରେ ଲକଡାଉନ୍, ମଙ୍ଗଳବାର ରାତି ୧୨ଟାରୁ ୨୧ ଦିନିଆ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ।
୨-ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଓ ଆଧାର-ପାନ୍ ଲିଙ୍କ୍ ସମୟସୀମା।
୩-‘ମୋ ଜୀବନ’ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ : ଆତ୍ମୀୟଙ୍କ ନାମରେ ନିଅ ଶପଥ, ସତର୍କ ରହି କରୋନାକୁ କର ପ୍ରତିହତ।
୪-୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ ଛୁଟି:ସାଧାରଣ ପ୍ରଶାସନ ବିଭାଗ।
୫-ଜାରି ହେଲା ଅନଲାଇନ ପାସ ବ୍ୟବସ୍ଥା, ଡାକ୍ତର,ନର୍ସଙ୍କୁ ଆବଶ୍ୟକ ପଡିବନି ପାସ ଦେଖାଇବା, ବିଜ୍ଞପ୍ତି ଜାରି କଲେ ଡିଜିପି
୬-କରୋନା ପରେ ଚାଇନାରେ ହନ୍ତା ଭାଇରସ, ଜଣେ ମୃତ,32 ଆକ୍ରାନ୍ତ।
୭-ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗୋବର୍ଦ୍ଧନ ମଠର ମଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ
୮-ମାର୍ଚ୍ଚ ୨୯ ଯାଏଁ ବନ୍ଦ ରହିବ ଆହାର କେନ୍ଦ୍ର, କେବଳ ଡ଼ାକ୍ତରଖାନାରେ ରହିବ ଖୋଲା।
୯-ଘରୋଇ କମ୍ପାନୀକୁ ମୋଦୀଙ୍କ ପରାମର୍ଶ : କର୍ମଚାରୀଙ୍କୁ ଘରୁ କାମ କରିବାକୁ ସୁଯୋଗ ଦିଅନ୍ତୁ, ଛଟେଇ କରନ୍ତୁ ନାହିଁ।
୧୦-ଯେକୌଣସି ଏଟିଏମରୁ ଟଙ୍କା ଉଠାଇଲେ ଲାଗିବନି ଚାର୍ଜ । ୩ ମାସ ପର୍ଯ୍ୟନ୍ତ ଅନ୍ୟ ବ୍ୟାଙ୍କ ଏଟିଏମରୁ ଉଠାଇଲେ ବି ପଡିବନି ଶୁଳ୍କ । ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
୧୧-ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କୁ ତଡୁଛନ୍ତି ଘର ମାଲିକ: କ୍ଷୁବ୍ଧ ଅମିତ ଶାହା, ଆକ୍ସନ ପାଇଁ ପୋଲିସକୁ ଦେଲେ ନିର୍ଦ୍ଦେଶ।
୧୨-କରୋନା କାରଣରୁ ଗୋଟିଏ ବର୍ଷ ଘୁଞ୍ଚିଲା ଟୋକିଓ ଅଲମ୍ପିକ, ୨୦୨୧ରେ ହେବ ଆୟୋଜନ।
