ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ୭୬ତମ ସ୍ୱାଧୀନତାଦିବଶରେ ରାଜ୍ୟ ଯୁବ ବିଜେଡ଼ିର ସଂପାଦକ ସୁଦୀପ୍ତ କେଶରୀ ସାମଲଙ୍କ ତ୍ରିରଙ୍ଗା ଶୋଭା ଯାତ୍ରା…

ଜୟନ୍ତ ଶତପଥୀ (ଡେରାବିଶ):ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ୭୬ ତ୍ତମ ସ୍ୱାଧୀନତା ଦିବଶରେ ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ସୁଦୀପ୍ତ କେଶରୀ ସାମଲଙ୍କ ନେତୃତ୍ୱରେ ଆଜି ଡେରାବିଶ ବ୍ଲକ ର ବିଭିନ୍ନ ଜାଗା ରେ ତ୍ରିରଙ୍ଗା ଶୋଭା ଯାତ୍ରା ବାଇକ ମାଧ୍ୟମରେ କରାଯାଇଥିଲା।

ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ଦେଶଭକ୍ତି ର ନାରା ଦେଇ ଲୋକଙ୍କୁ ଜାଗ୍ରତ କରିବା ସହିତ ଲୋକଙ୍କ ମନରେ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନ ଙ୍କ ଗାଥା ର ପ୍ରଚାର କରାଯଇଥିଲା ।ଏହି ଶୋଭାଯାତ୍ରା ରେ ଅନେକ ଯୁବ ଓ ଛାତ୍ର ସଂଗଠନର କର୍ମକର୍ତା ଯୋଡି ହୋଇଥିଲେ ।ଏହି ଶୋଭାଯାତ୍ରା ରେ ସହସ୍ରାଧିକ ବାଇକ ତ୍ରିରଙ୍ଗା ପତାକା ଧରି ଗାଁ ଗାଁରେ ଦେଶ ପ୍ରେମ ବଳିଦାନ ସହିଦ ଙ୍କ ଗାଥା ଗାଇଥିଲେ ।

ତ୍ରିରଙ୍ଗା ଶୋଭାଯାତ୍ରା ଟି ବେଣୀପୁର ଗ୍ରାମ ପଞ୍ଚାୟତ ର ସଦାନନ୍ଦପୁର ଗ୍ରାମର ଗାନ୍ଧୀମୂର୍ତ୍ତି ନିକଟରୁ ବାହାରି ବଜାର, ଘଣ୍ଟାପଦା, ନୋଳସାହି, ରାଜନଗର, ରଘୁଦେଇପୁର, ବେଲାରପୁର, ଲଷ୍ମୀନାରାୟଣପୁର ଦେଇ ଛତା ଛକ ନିକଟରେ ସମ୍ପର୍ଣ୍ଣ ହୋଇଥିଲା ।ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ବହୁ ସମାଜ ସେବି ସହିତ ଯୁବ ସାମ୍ବାଦିକ ବନ୍ଧୁ ମାନେ ମଧ୍ୟ ଯୋଗଦାନ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ମୁକାବିଲାରେ ପ୍ରଶାସନ ବିଫଳ,ବନ୍ୟା ବିଭିଷୀକା କେନ୍ଦ୍ରାପଡ଼ା ଜିଲ୍ଲାରେ ସଂଘାତିକ ପରିସ୍ଥିତି ସୃଷ୍ଟି କରିଛି...

Thu Aug 18 , 2022
କେନ୍ଦ୍ରାପଡ଼ା(ଜୟନ୍ତ ଶତପଥୀ) : ବନ୍ୟା ବିଭିଷୀକା କେନ୍ଦ୍ରାପଡ଼ା ଜିଲ୍ଲାରେ ସଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ପ୍ରକୋପ ଜିଲ୍ଲାର ୯ରୁ ୭ଟି ବ୍ଲକ୍‌ ପ୍ରଭାବିତ କରିଛି । ଅଧିକ ପ୍ରଭାବିତ ଗରଦପୁର, ମାର୍ଶାଘାଇ ବ୍ଲକ୍‌ ଅଧିକ ପ୍ରଭାବିତ ହୋଇଥିବା ବେଳେ ଡେରାବିଶ ଏବ˚ ମହାକାଳପଡ଼ାରେ ବନ୍ୟା ପ୍ରଭାବ ଆ˚ଶିକ ରହିଛି। ଜିଲ୍ଲା ପ୍ରଶାସନର ରିପୋର୍ଟ ପାଖାପାଖି ଅନୁଯାଇ ବୁଧବାର ସୁଧା,୯୦ହଜାର ଲୋକ […]

You May Like

Pin It on Pinterest