କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ମୁକାବିଲାରେ ପ୍ରଶାସନ ବିଫଳ,ବନ୍ୟା ବିଭିଷୀକା କେନ୍ଦ୍ରାପଡ଼ା ଜିଲ୍ଲାରେ ସଂଘାତିକ ପରିସ୍ଥିତି ସୃଷ୍ଟି କରିଛି…

କେନ୍ଦ୍ରାପଡ଼ା(ଜୟନ୍ତ ଶତପଥୀ) : ବନ୍ୟା ବିଭିଷୀକା କେନ୍ଦ୍ରାପଡ଼ା ଜିଲ୍ଲାରେ ସଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ପ୍ରକୋପ ଜିଲ୍ଲାର ୯ରୁ ୭ଟି ବ୍ଲକ୍‌ ପ୍ରଭାବିତ କରିଛି । ଅଧିକ ପ୍ରଭାବିତ ଗରଦପୁର, ମାର୍ଶାଘାଇ ବ୍ଲକ୍‌ ଅଧିକ ପ୍ରଭାବିତ ହୋଇଥିବା ବେଳେ ଡେରାବିଶ ଏବ˚ ମହାକାଳପଡ଼ାରେ ବନ୍ୟା ପ୍ରଭାବ ଆ˚ଶିକ ରହିଛି। ଜିଲ୍ଲା ପ୍ରଶାସନର ରିପୋର୍ଟ ପାଖାପାଖି ଅନୁଯାଇ ବୁଧବାର ସୁଧା,୯୦ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୨୧ଟି କଚ୍ଚା ଘର ଆ˚ଶିକ ନଷ୍ଟ ହେଇଛି।

ସବୁଠାରୁ ଦୁଃଖ ଓ ପରିତାପର ବିଷୟ ହୋଇଛି ବନ୍ୟା ବିପନ୍ନଙ୍କ ପାଖେ ରନ୍ଧା ଖାଦ୍ୟ ତ ଦୂରର କଥା, ଶୁଖିଲା ଖାଦ୍ୟ ବି ପହଂଚାଇବାରେ ପ୍ରଶାସନ ବିଫଳ ହୋଇଛି । ହଜାର ହଜାର ଗାଈଗୋରୁ ବି ଗଲା ଦୁଇ ଦିନ ହେବ ଭୋକ ଉପାସରେ ପଡ଼ିବା ଘଟଣା ପ୍ରଶାସନର ବନ୍ୟା ମୁକାବିଲାର ବିଫଳତାକୁ ପଦାରେ ପକାଇଛି ।

ପ୍ରଶାସନର ତଥ୍ୟ ଅନୁଯାୟୀ, ଚଳିତ ବନ୍ୟାରେ ଜିଲ୍ଲାର ୭ଟି ବ୍ଲକ୍‌ ମାର୍ଶାଘାଇ, ଗରଦପୁର, ଡେରାବିଶ, ରାଜକନିକା, ପଟ୍ଟାମୁଣ୍ତାଇ, ମହାକାଳପଡ଼ା ଅ˚ଚଳର ୩୪ଟି ପ˚ଚାୟତର ୮୬ଟି ଗ୍ରାମର ୮୯ହଜାର ୯୮୩ଲୋକ ପ୍ରଭାବିତ ହୋଇଛନ୍ତି। ସେଥିରୁ ୮୨ଟି ଗାଁ ଜଳବନ୍ଦି ଅବସ୍ଥାରେ ରହିଥିବା ବେଳେ ଆଜି ସୁଦ୍ଧା ୫ହଜାର ୩୬୯ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଛି।

ହେଲେ ପ୍ରଶାସନ ଏଯାଏ ସବୁ ବିପନ୍ନ ପାଖେ ରନ୍ଧା ଖାଦ୍ୟ ପହଞ୍ଚାଇ ପାରିନାହିଁ। ଯାହା ପ୍ରଶାସନର ପାରିବା ପଣିଆକୁ ସୂଚାଇ ଦେଉଛି । ଘରଦ୍ବାର ଛାଡ଼ି ଯେଉଁମାନେ ଆଶ୍ରୟସ୍ଥଳକୁ ଆସୁଛନ୍ତି, ସେମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ଘରେ ଛାତ ଉପରେ ରହୁଥିବା ବିପନ୍ନଙ୍କୁ ଏହି ସୁବିଧା ଦିଆଯାଉନାହିଁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିନୋଦ କାମ୍ବଲି: ପୂର୍ବତନ ଷ୍ଟାର କ୍ରିକେଟର ପରିବାର ଚଳାଇବା ପାଇଁ କାମ ମାଗୁଛନ୍ତି...

Thu Aug 18 , 2022
ସଚିନ ତେନ୍ଦୁଲକରଙ୍କ ସହ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ବିନୋଦ କାମ୍ବଲିଙ୍କ ଜୀବନ ଏକ ଚଳଚ୍ଚିତ୍ରଠାରୁ କମ୍ ନୁହେଁ। କ୍ରିକେଟ୍ ସହିତ ସେ ଚଳଚ୍ଚିତ୍ର, ଟିଭି ଏବଂ କାମେଟ୍ରି ରେ ମଧ୍ୟ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ହାଇଲାଇଟ୍ସ –ବେରୋଜଗାର ସହିତ ଲଡ଼ୁଥିବା ବିନୋଦ କାମ୍ବଲି ୧୯୯୧ ରେ ଆନ୍ତର୍ଜାତୀୟ ଡେବ୍ୟୁ କାମ୍ବଲି ହେଉଛନ୍ତି ସଚିନ ତେନ୍ଦୁଲକରଙ୍କ ପିଲାଦିନର ବନ୍ଧୁ ଜୀବନ ଉତ୍ଥାନରେ ପରିପୂର୍ଣ୍ଣ କେବଳ ପେନ୍‌ସନ୍‌ ଆଧାରରେ […]

You May Like

Pin It on Pinterest