ଅଗଷ୍ଟ ଶେଷ ସପ୍ତାହରୁ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ …

ଭୁବନେଶ୍ବର(ବାସ୍ତବବ୍ୟୁରୋ):ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ସୁବିଧା । ଯାତ୍ରୀଙ୍କ ସୁବିଧା ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୨୭ ମଧ୍ୟରେ ଭୁବନେଶ୍ୱର-ଧାନବାଦ୍ ସ୍ପେସାଲ୍ ଏକ୍ସପ୍ରେସ(୦୨୮୩୨) ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୨୫ରେ ଛାଡ଼ି ଧାନବାଦ୍ ଅଭିମୁଖେ ଯାତ୍ରା କରିବ। ଫେରିବା ପଥରେ ଧାନବାଦ୍-ଭୁବନେଶ୍ୱର ସ୍ପେସାଲ ଏକ୍ସପ୍ରେସ(୦୨୮୩୧) ଆସନ୍ତା ୨୪ ତାରିଖରୁ ସେପ୍ଟେମ୍ବର ୨୮ ମଧ୍ୟରେ ଧାନବାଦ୍‌ରୁ ପ୍ରତି ବୁଧବାର, ଶନିବାର ଓ ସୋମବାର ଅପରାହ୍ନ ୪ଟା‌ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ଚାଲିବାକୁ ସ୍ଥିର ହୋଇଥିବା ଏହି ଟ୍ରେନ୍, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡା, ରାଉରକେଲା, ହଟିଆ, ରାଞ୍ଚି, ମୁରି ଏବଂ ବୋକାରୋ ଷ୍ଟିଲ୍ ସିଟି ଷ୍ଟେସନରେ ରହଣି କରିବ। ଏଥିରେ ଗୋଟିଏ ଏସି-୨ ଟାୟାର, ତିନିଟି ଏସି-୩ ଟାୟାର, ୮ଟି ସ୍ଲିପର୍ କ୍ଲାସ୍, ୪ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ୨ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ ଉପଲବ୍ଧ ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

'ପରିବା ଝୁଡ଼ିରେ ଝଡ'କଟକ-ଭୁବନେଶ୍ବରରେ ପରିବା ହେବ ଅମୂଲମୂଲ...

Fri Aug 19 , 2022
ସଞ୍ଜୟ ଶତପଥୀ(କଟକ): କଟକ ଜିଲ୍ଲାର ପରିବା ଝୁଡ଼ିରେ ଝଡ, ଆଗକୁ କଟକ-ଭୁବନେଶ୍ବରରେ ପରିବା ଅମୂଲମୂଲ ହେବ । କଟକ ଜିଲ୍ଲାର ବାଙ୍କୀ ଓ ଡମପଡା ବ୍ଲକ୍‌, ଆଠଗଡ଼ର କଖଡି, ମଂଚେଶ୍ବର, ତିଗିରିଆ, ବଡମ୍ବା ଓ ନରସିଂହପୁରର ଅନେକ ଗାଁରେ ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ି ରହିଛି ପାଣି ଭିତରେ। ଏକ ସପ୍ତାହ ପର୍ଯ୍ୟନ୍ତ ପାଣି ଛାଡି ନ ପାରେ। ଚାଷ ହୋଇଥିବା ପନିପରିବା ପାଣି ଭିତରେ ପଚି,ସଢିଗଲାଣି।ଏହି ସବୁ […]

You May Like

Pin It on Pinterest