
ସୁନ୍ଦଦରଗଡ(ବାସ୍ତବବ୍ୟୁରୋ)୧୯।୦୮:ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଜିଲ୍ଲାରେ ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବି ନେଇ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ଜିଲ୍ଲାରେ ଯାତାୟତ ଠପ୍ ହୋଇଯାଇଥିବା ବେଳେ ବନ୍ଦ ରହିଛି ବିଭିନ୍ନ ଅନୁଷ୍ଠାନ ଓ ଦୋକାନ ବଜାର ।
ଖବର ଅନୁଯାଇ, ଜିଲ୍ଲାର ଏନଟିପିସି ମେଡିକାଲ କଲେଜକୁ ରାଜ୍ୟର ଦ୍ଵିତୀୟ ଏମ୍ସ କରିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ। ଏହା ପରେ ଗତ ୨୦୨୧ ଏପ୍ରିଲ ମାସରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶିକାଙ୍କ ନେତୃତ୍ଵରେ ଏକ ୯ ଜଣିଅ। ଟିମ୍ ସୁନ୍ଦରଗଡ ଅ।ସି ଏଠାରେ ଭିତ୍ତିଭୂମି ତଦାରଖ କରିଥିଲେ । ତେବେ ଚଳିତ ମାସରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ସୁନ୍ଦରଗଡରେ ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ନେଇ କୌଣସି ଯୋଜନା ନଥିବା ନେଇ କହିବା ପରେ ସୁନ୍ଦରଗଡ ଜିଲ୍ଲାରେ ଜନ ଅସନ୍ତୋଷ ଦେଖାଦେଇଛି ।
ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୯ଶୁକ୍ରବାର) ପଶ୍ଚିମ ଓଡିଶା ଯୁବା ମଞ୍ଚର କର୍ମକର୍ତ୍ତାମାନେ ସ୍ଥାନୀୟ ଡିଅ।ରଡିଏ ଛକରେ ଅ।ମରଣ ଅନଶନରେ ବସିଛନ୍ତି । ଦିଆଯାଇଥିବା ସୁନ୍ଦରଗଡ଼ ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଦଳ, ବ୍ୟବସାୟୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଛନ୍ତି। ଏପରିକି ବସ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି ।



