
ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ଅଗଷ୍ଟ ୨୭ରେ ହେବ ASO ପରୀକ୍ଷା । ଆସନ୍ତା ଶନିବାର ASO ପରୀକ୍ଷା ହେବା ନେଇ ସ୍ପଷ୍ଟ କରିଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ । ୨୧ ଅଗଷ୍ଟରେ ASO ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବନ୍ୟା କାରଣରୁ ଏହି ପରୀକ୍ଷାକୁ ଅନିର୍ଦିଷ୍ଟ ଦିନ ନିମନ୍ତେ ସ୍ଥଗିତ କରିଥିଲେ ଓପିଏଏସି ଅଧ୍ୟକ୍ଷ ।
ତେବେ ଜିଲ୍ଲାପାଳମାନଙ୍କ ସହ ଏବଂ ପରୀକ୍ଷା ସେଣ୍ଟର ସହ ଆଲୋଚନା ପରେ, ASO ପରୀକ୍ଷା ପାଇଁ ପୁନଃ ତାରିଖ ସ୍ଥିର କରାଯାଇଛି ।ଆସନ୍ତା ୨୭ ତାରିଖ (ଶନିବାର)ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବପରି ASO ପରୀକ୍ଷା ୩ଟି ସିଟିଂରେ ହେବ । ସକାଳ ୯ରୁ ଅପରାହ୍ନ ୪.୩୦ ଯାଏଁ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏଥି ନିମନ୍ତେ ସେ ସମସ୍ତ ପ୍ରାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।



