ପ୍ରଶ୍ନପତ୍ରରେ ତ୍ରୁଟି ଲାଗି ବାତିଲ୍ ହେଲା ଏସ୍‌ଆଇ ପରୀକ୍ଷା, ବାରମ୍ବାର ବିଭିନ୍ନ ପରୀକ୍ଷାରେ ଏପରି ତ୍ରୁଟି ପାଇଁ ଦାୟୀ କିଏ ?

ପ୍ରମୋଦ ନାୟକ(ଭୁବନେଶ୍ୱର) ୨୦।୦୮ : ପ୍ରଶ୍ନପତ୍ରରେ ତ୍ରୁଟି ଲାଗି ବାତିଲ୍ ହେଲା ଏସ୍‌ଆଇ ପରୀକ୍ଷା। ପରୀକ୍ଷା ବାତିଲ୍ ପରେ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନର ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି।

ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ସିବିଟି କେନ୍ଦ୍ର​‌ରେ ଉତ୍ତେଜନା ବଢ଼ିବା ପରେ ଘଟଣା ସ୍ଥଳରେ ସ୍ଥାନୀଯ ପୋଲିସ ପହଞ୍ଚି ଛାତ୍ରଛାତ୍ରୀ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ। ଅନେକ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ସହ ନିରାଶ ହୋଇ ଘରକୁ ଫେରିଥିଲେ।

ତେବେ ଏସ୍‌ଆଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ମୁତାବକ, ସିବିଟି ଟେଷ୍ଟ ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ ପାଇଁ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା ।ଫଳରେ ପରୀକ୍ଷାର୍ଥୀ ଠିକ୍ ସମୟରେ ପରୀକ୍ଷା ଦେଇନପାରିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ଏନେଇ OPRB ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବୈଷୟିକ ତ୍ରୁଟି ପାଇଁ ଏହି ସମସ୍ୟା ହୋଇଛି। ଯେଉଁମାନେ ଆଜି ପରୀକ୍ଷା ଦେଇପାରି ନାହାନ୍ତି। ସେମାନେ ଆସନ୍ତାକାଲି ପାଇଁ ଏସ୍‌ଆଇ ପରୀକ୍ଷା ଦେଇପାରିବେ। କେହିବି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବେ ନାହିଁ। ସଫ୍ଟୱେୟାରରେ ତ୍ରୁଟି ହୋଇଥିବା ସେ କହିଛନ୍ତି।

ହେଲେ ଏଠି ପ୍ରଶ୍ନ ଉଠୁଛି ବୈଷୟିକ ତ୍ରୁଟି ପାଇଁ ବାରମ୍ବାର ବିଭିନ୍ନ ପରୀକ୍ଷା ବାତିଲ ହେଉଛି । ଥରେ ସରକାର ଚିନ୍ତା କରୁ ଛନ୍ତିକି ପରୀକ୍ଷାର୍ଥୀଙ୍କ ଉପରେ କି ପ୍ରଭାବ ପଡୁଛି ? କେତେ କଷ୍ଟରେ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି ? ଗୋଟିଏ ପରୀକ୍ଷା ପାଇଁ କେତେ ପଇସା ଖର୍ଚ ହେଉଛି ? ସମସ୍ତଙ୍କ ପରିସ୍ଥିତି ସ୍ୱଚ୍ଛଳ ନୁହେଁ ,ଦୂରଦୂରାନ୍ତରୁ ଆସୁଥିବା ପିଲା ପରୀକ୍ଷା ନଦେଇପାରି ଫେରିବା , ଯେଉଁ ସରକାରୀ ବାବୁ ମାନେ ଏସବୁ ଦାୟିତ୍ୱରେ ଅଛନ୍ତି ସେମାନେବି ଏ ପରିସ୍ଥିତି ଦେଇ ଆସିଥିବେ । ଥରେ ପରୀକ୍ଷାର୍ଥୀର ମାନନେଇ ଚିନ୍ତନ କରିବା ନିହାତି ଜରୁରୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଂକଟରେ ହେମନ୍ତ ସୋରେନ ସରକାର ! ୧୧ ବିଧାୟକ ମହାଗଠବନ୍ଧନକୁ ଆସିଲେ ନାହିଁ, ବଢୁଛି ରାଜନୈତିକ ଉସ୍ମତା...

Sun Aug 21 , 2022
ଏସ.ବାସ୍ତବ: ଶନିବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହା ଗଠବନ୍ଧନର ବିଧାୟକଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଶାସକ ଦଳ ଏକଜୁଟ ହୋଇ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ହେମନ୍ତ ସରକାରକୁ ଅସ୍ଥିର କରିବା ପାଇଁ ବିଜେପିର ଷଡଯନ୍ତ୍ରର ଖୁଲାସା କରିବାକୁ ସମସ୍ତ ବିଧାୟକ ଓ କର୍ମୀ ଗାଁରୁ ଗାଁକୁ ଯିବେ। ଝାଡଖଣ୍ଡ ପ୍ରତି କେନ୍ଦ୍ରର ମନୋଭାବ ମଧ୍ୟ ଲୋକମାନଙ୍କୁ ଜଣାଇବେ । ତେବେ ୧୧ ଜଣ […]

You May Like

Pin It on Pinterest