ବରଗଡ ଜିଲ୍ଲା ଭେଡେନ ପୋଲିସ ପକ୍ଷରୁ ରକ୍ତଦାନ ଶିବିର,୧୫୩ ୟୁନିଟ ରକ୍ତ ସଂଗ୍ରହ…

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଭେଡେନ ପୋଲିସ ପକ୍ଷରୁ ଥାନା ଭାରପ୍ରାପ୍ତ ଅଧିକାରୀ ସଙ୍ଗୀତା ମହାପାତ୍ର ଙ୍କ ସଂଯୋଜନା କ୍ରମେ ସୂର୍ଯ୍ୟ ମଣି ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମର୍ ସ୍ମିତ୍ ଉଦ୍ଘାଟନ କରି ଥିବାବେଳେ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୬୧ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୯୨,ସର୍ବ ମୋଟ ୧୫୩ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

ଏହି ଅବସରରେ ଭେଡେନ ପୋଲିସ ସମେତ ସ୍ଥାନୀୟ ଅଞ୍ଚଳର ବହୁ ସ୍ଵେଚ୍ଛାକୃତ ରକ୍ତଦାତା ସଂଗଠନ ତଥା ଅମୃତ କୁଟୁମ୍ବ,ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ,ମାହେଶ୍ୱରୀ ସେନା, ଶପଥ ପରିବାର,କୋଶଳ ସେନା,ଭରଷା ପରିବାର,ଲାୟନ୍ସ କ୍ଳବ୍ ଝରାପାଲି ମାର୍କେଟ
,ଥୁଆପାଲି ର ସ୍ଵେଚ୍ଛାକୃତ ରକ୍ତଦାତା ସମେତ ବହୁ ଲୋକେ ରକ୍ତଦାନ କରି ଶିବିର କୁ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ଭେଡେନ ପୋଲିସ ଅଧିକାରୀ ମହାପାତ୍ର ରକ୍ତଦାତା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ଆଗାମୀ ଦିନରେ ଆହୁରି ଜନ ହିତ କର କାର୍ଯ୍ୟ ହାତକୁ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୋଲିସ ଗାଡ଼ିରୁ ଚମ୍ପଟ ମାରିଲା ଅଭିଯୁକ୍ତ,ଗୋଡାଇ ଗୋଡାଇ ନାକେଦମ ପୋଲିସ, ଶେଷରେ ଧାନ ବିଲରୁ କାବୁକଲେ ଅଭିଯୁକ୍ତ କୁ...

Mon Aug 22 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୋପୀନାଥପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜେଡି ଏବଂ ବିଜେପି ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣେ ବିଜେପି କର୍ମୀ ଗୁରୁତ୍ୱର ଆହତ ହୋଇଥିଲେ ।ଯାହାକୁ ନେଇ ଗତ ୧୬ ତାରିଖରେ ଚାନ୍ଦବାଲି ବାଂଶଡ଼ା ଥାନାରେ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଏକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା […]

You May Like

Pin It on Pinterest