
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୋପୀନାଥପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜେଡି ଏବଂ ବିଜେପି ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣେ ବିଜେପି କର୍ମୀ ଗୁରୁତ୍ୱର ଆହତ ହୋଇଥିଲେ ।ଯାହାକୁ ନେଇ ଗତ ୧୬ ତାରିଖରେ ଚାନ୍ଦବାଲି ବାଂଶଡ଼ା ଥାନାରେ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିଲା।
ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଏକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ମତୋ ବଜାର ନିକଟରେ ଅଭିଯୁକ୍ତ ଜଣଙ୍କ ପୋଲିସ ଆଖିରେ ଧୂଳି ଦେଇ ଗାଡ଼ିରୁ ଖସି ପଳାଇଯାଉ ଥିବା ବେଳେ, ମତୋ ଯୁକ୍ତ ଦୁଇ ଲଳିତ ଶିବଶଙ୍କର ମହାବିଦ୍ୟାଳୟ ର ପ୍ରଧ୍ୟାପକ ଙ୍କ ବାଇକ ରେ ପୋଲିସ ଗାଡିଟି ର ଡୋର ବାଜି ପ୍ରାଧ୍ୟାପକ ଙ୍କ ଗାଡିଭାଙ୍ଗି ଯିବା ସଂଗେ ସଂଗେ ତାଙ୍କ ଦେହରେ ମଧ୍ୟ କ୍ଷ୍ଯତ ସୃଷ୍ଟି ହୋଇଥିଲା,। ।ସେ ପୋଲିସ କୁ ଏ ବିଷୟରେ ପଚାରିବାରୁ ପୋଲିସ ବାବୁ ନାଲି ଆଖି ଦେଖାଇ ଥିଲେ ।
କିଛି ସମୟ ପୋଲିସ ଓ ଆସାମୀ ମଧ୍ୟରେ, ଚୋର ପୋଲିସ ଖେଳ ଚାଲିବା ପରେ ଶେଷରେ ଅଭିଯୁକ୍ତକୁ ଏକ ଧାନ ବିଲରୁ ଗୋଡାଇ ଧରିବାରେ ସଫଳ ହୋଇଥିଲା ପୋଲିସ। । ତେବେ ପୋଲିସର ଏଭଳି କାର୍ଯ୍ୟ ପାଇଁ ଗୋଟେ ପଟେ ଲୋକେ ପୋଲିସକୁ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ପୋଲିସର ଖାମଖିଆଲି କାର୍ଯ୍ୟକୁ ବିରୋଧ କରିଛନ୍ତି ବୁଦ୍ଧିଜୀବୀ। ଲୋକଙ୍କ କହିବା କଥା,ଅଭିଯୁକ୍ତଙ୍କୁ ନେଲା ବେଳେ କାହିଁକି ତା’ ହାତରେ ହାତକଡୀ ପକାଇନଥିଲା ପୋଲିସ ? ଏବେ ଏ ଘଟଣା ସାଧାରଣ ଲୋକଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।



