
ବରଗଡ(ନବୀନ ଦାଶ ବାସ୍ତବ ଟିଭି):ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୃଷିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଇଂସ୍ୟୁରେନ୍ସ କରିଥିବା ବରଗଡ଼ର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଅର୍ଥ ତୁରନ୍ତ ଦିଆଯିବା ଓ ଏଚଡିଏଫସି ଇରଗୋ କମ୍ପାନୀ କୁ କଳାଭୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି ।
ରାଜ୍ୟରେ ତଥା ବରଗଡ଼ ଜିଲ୍ଲାରେ ହେଉଥିବା ବ୍ୟାପକ ସାର କଳାବଜାରୀ ରୋକିବାକୁ ସମବାୟ ସଂସ୍ଥା ଜରିଆରେ ଅଧିକାଂଶ ସାର ବିତରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି।
NHAI ର ଆଞ୍ଚଳିକ ଅଫିସର ଙ୍କୁ ଭେଟି ସମ୍ବଲପୁର ଲୁହୁରାଚଟି ରାସ୍ତାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିବା ସହିତ ତୁରନ୍ତ ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।ରେଲୱେ ଜେନେରାଲ ମ୍ୟାନେଜର ଙ୍କୁ ଭେଟି ବରଗଡ଼ ଲୋକସଭା ଅନ୍ତର୍ଗତ ସମସ୍ତ ଷ୍ଟେସନ ର ଉନ୍ନତିକରଣ ସହିତ ସମସ୍ତ ଟ୍ରେନ ଚଲିବା ଓ କୋଭିଡ ସମୟରେ ବନ୍ଦ ହୋଇଥିବା ସମସ୍ତ ଟ୍ରେନକୁ ଚାଲୁ କରିବା ସହିତ ଦ୍ଵିତୀୟ ଲେନକୁ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ପ୍ରତିନିଧି ମଣ୍ଡଳୀ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ,ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ,ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର,ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ,ଜିଲ୍ଲା କୃଷକ ସାଧାରଣ ସମ୍ପାଦକ ମଦନ ମୋହନ ପଟେଲ ଉପସ୍ଥିତ ଥିଲେ।