ରାଜରାସ୍ତା ରେ ଜୀବନ ନେବା ଅବସ୍ଥାରେ ଝୁଲୁଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ତୋରଣ ….

ବରଗଡ଼:-୨୪/୮(ନବୀନ ଦାଶ ବାସ୍ତବ ଟିଭି)ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ୫୩ନଂ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ଭେଦ କରି ଯାଇଛି।ଏହି ରାସ୍ତା ଦେଇ ଦିନ ରାତି ହଜାର ହଜାର ଛୋଟ ବଡ ଗାଡ଼ି ମଟର,ଭାରୀ ଯାନବାହାନ ସହ ଲୋକ ତଥା ସ୍କୁଲ କଲେଜ ପିଲା ଯାତା ୟତ କରିଥାନ୍ତି।ଏହି ରାସ୍ତା ଟି ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ହେବା ସହ ରକ୍ଷଣାବେକ୍ଷଣ ଅଭାବ ରୁ ଡିଭାଇଡର ତଥା ରାସ୍ତା କଡ଼ରେ ଘାସ କିଆରୀ ହେବା,ଲତା ବୁଦା ଢାଙ୍କି ହେବା,ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ନିଇତି ଛୋଟ ବଡ ଦୁର୍ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ଘଟି ରାସ୍ତା ଏବେ ରକ୍ତ ମୁଖା ସାଜିଛି।

ସେହିପରି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହେବା ପରେ ଲକ୍ଷାଧିକ ଟଙ୍କା ସରକାରୀ ଅନୁଦାନ ରେ ଚାରି ଥାକିଆ ରାଜପଥ ଉପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସ୍ବାଗତ ଓ ବିଦାୟ ତୋରଣ ଲଗାଯାଇଥିଲା।ଯାହା ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ରେଙ୍ଗାଲି କେମ୍ପ୍ ରେ ଲାଗିଥିବା ଫାଟକ ଟି ଦୀର୍ଘ ବର୍ଷ ହେବ ସାମାନ୍ୟ ବର୍ଷା ପବନ ରେ ରାଜରାସ୍ତା ଉପରେ ଚୂର୍ ମାର ହୋଇ ପଡ଼ି ଅଳ୍ପକେ ବର୍ତ୍ତିଯାଇ ଥିଲେ ଯିବା ଆସିବା ଲୋକେ ।

ଗତ କିଛି ଦିନ ହେବ ଅତାବିରା ଝାଉଁ ଜୋର ନିକଟସ୍ଥ ଏନ୍ ଏସି ତୋରଣକୁ ଏକ ଓ ଆର୍ ୧୯ ଜେ ୮୦୧୮ ଦଶ ଚକିଆ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ବରଗଡ଼ ରୁ ସମ୍ବଲପୁର ଅଭିମୁଖେ ଯିବା ସମୟରେ ଧକ୍କା ଦେଇ ଟ୍ରକ୍ ଟି ଓଲଟି ଯିବା ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଫାଟକ(ତୋରଣ) ଅଧା ଅଧିଆ ଭାଙ୍ଗି ରାଜରାସ୍ତା ଉପରେ ପଡ଼ି ଯିବା ଆସିବା ଲୋକେ ଓ ଟ୍ରକ୍ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏବେ ବି ଅଧା ଅଧିଆ ଭଙ୍ଗା ଦଦରା ଫାଟକ ରାଜରାସ୍ତା ଉପରେ ଲୋକଙ୍କ ଜୀବନ ନେବା ଅବସ୍ଥାରେ ଝୁଲି ରହିଛି।ଏନେଇ ଏନ୍ ଏସି ପ୍ରଶାସନ ପକ୍ଷରୁ ଧକ୍କା ମାରି ଥିବା ଟ୍ରକ୍ ପ୍ରତି ଲିଖିତ ଭାବେ ଅଭିଯୋଗ ହୋଇଥିବା ଓ ତାହା ତଦନ୍ତ ନହେବା ପର୍ଯ୍ୟନ୍ତ ସେମିତି ରହିବ ବୋଲି ଏନ୍ ଏସି ପ୍ରଶାସନ କହୁଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଫାଟକ ଅତି ନିମ୍ନ ମାନର ହୋଇଥିବା ବେଳେ ସାମାନ୍ୟ ପବନ ରେ ପଡ଼ି ଏବେ ପୁଣି ଟ୍ରକ୍ ଧକ୍କାରେ ପଡ଼ି ରାଜରାସ୍ତା ଉପରେ ଜୀବନ ନେବା ଅବସ୍ଥାରେ ଅତାବିରା ଝାଉଁ ଜୋର୍ ନିକଟ ରେ ଅଧା ଅଧିଆ ତଥା ଭଙ୍ଗା ଦଦରା ହୋଇ ଝୁଲି ରହିଛି।ଯାହା କେତେବେଳେ ଯେ କାହାର ଜୀବନ ନନେବ କିଏ କହିବ ବୋଲି ଯିବାଆସିବା ଲୋକ ମାନଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ହେଉଥିବାବେଳେ ଦୁଇଟି ଯାକ ଫାଟକ କେତେ ମାନ ର ତିଆରି ହୋଇଥିଲା ଓ କିଭଳି ଭାବରେ ରାଜରାସ୍ତାରେ ଖଞ୍ଜି ଦିଆଯାଇଥିଲା ତାର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ସାଧାରଣ ରେ ଦାବୀ ହେଉଛି।

ସେହିପରି ଏନ୍ ଏଚ ଆଇ ବିଭାଗ ର ଅବହେଳା ଯୋଗୁଁ ରାସ୍ତା ଟି ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ହୋଇ ମରଣ ଯନ୍ତା ସାଜିଥିବା ବେଳେ ଏବେ ପୁଣି ଏନ୍ ଏସି ବିଭାଗ ର ଅବହେଳା ଲୋକଙ୍କ ପାଇଁ କାଳ ହେବାକୁ ବସିଛି।ଆର୍ ଟି ଓ ବିଭାଗ କଥା ନକହିବା ଭଲ କେବଳ ରୋଡ୍ ସେପ୍ଟି ଭଳି କିଛି କାର୍ଯ୍ୟକ୍ରମ କରି ଦେଇ ବହୁ ଦିନ ଧରି ଅନ୍ତର୍ଦ୍ଧାନ ହୋଇ ଯାଆନ୍ତି।ବେଳେ ବେଳେ ହେଲ୍ ମେଟ୍ ଓ କାଗଜ ପତ୍ର ଯାଞ୍ଚ କାର୍ଯ୍ୟକ୍ରମ ପୋଲିସ ବିଭାଗର ମିଳିତ ଉଦ୍ୟମରେ ମଧ୍ୟ ହୋଇଥାଏ।ହେଲେ ମୁଖ୍ୟ ଜାତୀୟ ରାଜପଥ ରେ ବିନା ହେଲପର୍ ରେ ବଡ ବଡ ଭଙ୍ଗା ଦଦରା ବହୁ ପୁରୁଣା ଭାରୀ ଯାନବାହାନ ଯିବା ଆସିବା କରି ରାସ୍ତା ସହ ଭାରୀ ଯାନ ବାହାନ ଗୁଡ଼ିକ ର ଧଡ ଧଡ୍ ଭୟଙ୍କର ଶଦ୍ଧ ଛାତି କୁ ଥରାଇ ଦିଏ । ରାସ୍ତାରେ ତିନି ଚକିଆ ବାଇକ୍ ଇଞ୍ଜିନ ଲାଗିଥିବା ଡାଲା ରିକ୍ସା ବେନିୟମ ଭାବରେ ଯିବା ଆସିବା କରି ବିଗତ ଦିନରେ ଦୁର୍ଘଟଣା ର ଶିକାର ହୋଇଥିବା ନଜିର ରହିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହି ରାସ୍ତା ଦେଇ ବିଭିନ୍ନ ସମୟରେ କେନ୍ଦ୍ର ମନ୍ତ୍ରୀ ମାନଙ୍କ ଠାରୁ ସ୍ଥାନୀୟ ନେତା ମନ୍ତ୍ରୀ ବଡ ବଡ ସରକାରୀ ମୁଣ୍ଡ ଯିବା ଆସିବା କରୁଥିଲେ ହେଁ ଦିନକୁ ଦିନ ରାସ୍ତା ଟି ମରଣ ଯନ୍ତା ଭାବେ ସାଧାରଣ ଜନତାଙ୍କ ଉପରେ ବିପଦ ମୁଣ୍ଡ ଟେକି ଥିବାବେଳେ କାହାରି ନଜର ପଡୁ ନଥିବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଏନେଇ ତୁରନ୍ତ ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳ ଦୃଷ୍ଟି ଦେବା କୁ ସାଧାରଣ ରେ ଦାବୀ ହେଉଛି।ତେବେ ଦେଖାଯାଉ କେତେ ଶୀଘ୍ର ଏଥି ପ୍ରତି ପଦକ୍ଷେପ ଗ୍ରହଣ କରାଯାଉଛି ନା ଆଉ ଏକ ବଡ ଦୁର୍ଘଟଣାକୁ ଅପେକ୍ଷା କରାଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିବିଆଇ, ଇଡି ଭଳି ସଂସ୍ଥା ଦ୍ୱାରା ବିଜେଡିକୁ କେନ୍ଦ୍ର ସରକାର ନିୟନ୍ତ୍ରଣରେ ରଖୁଛନ୍ତି-ସୁର ରାଉତରାୟ

Wed Aug 24 , 2022
ନବୀନଙ୍କୁ ଦଳ ଗ୍ରହଣ କରିବନି: ବିଜେପି ରାଜ୍ୟ ସ୍ବାର୍ଥ ପାଇଁ ଏନ୍‌ଡିଏକୁ ସମର୍ଥନ: ବିଜେଡି ଅଘୋଷିତ ମେଣ୍ଟ ଚାଲିଛି: କଂଗ୍ରେସ ପ୍ରମୋଦ ନାୟକ(ଭୁବନେଶ୍ବର): କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ସୋମବାର ଗଣମାଧ୍ୟମ ଜରିଆରେ ଙ୍କୁନବୀନ ପଟ୍ଟନାୟକଙ୍କୁ ଏନ୍‌ଡିଏରେ ମିଶିବା ପାଇଁ ଗାନ ମାଧ୍ୟମ ଜରିଆରେ ପ୍ରସ୍ତାବ ଦେଇଥିଲେ। ଅଠାୱଲେଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି-ବିଜେପି ସମ୍ପର୍କ ନେଇ ପୂର୍ବରୁ ଯେଉଁ ଆଲୋଚନା ହେଉଥିଲା ତାହା ଏବେ ଜୋର୍‌ ଧରିଛି। ବିରୋଧୀ […]

You May Like

Pin It on Pinterest