ପ୍ରକୃତି ପ୍ରେମୀ ବାବେବିରା ର ରବୀନ୍ଦ୍ର ବାରିକ ଆଉ ନାହାନ୍ତି….

ବରଗଡ଼(ନବୀନ ଦାଶ ବାସ୍ତବ ଟିଭି):ବରଗଡ଼ ଜିଲ୍ଲାଅତାବିରା ବ୍ଲକ ବାବେବୀରା ଗ୍ରାମର ପ୍ରକୃତି ପ୍ରେମୀ ରବୀନ୍ଦ୍ର ବାରିକ୍ ଆଉ ନାହାନ୍ତି । ଆଜି ସକାଳ ପ୍ରାୟ ୯ ଟା ସମୟରେ ହୃଦ ଘାତରେ ତାଙ୍କର ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା ।

ତାଙ୍କର ଦୃଢ଼ ମନୋବଳ ଯୋଗୁଁ ୯୮ ବର୍ଷରେ ପଦାର୍ପଣ କରି ମଧ୍ୟ ,ତାଙ୍କୁ ବାର୍ଦ୍ଧକ୍ୟ କବଳିତ କରିପାରି ନଥିଲା । ସେ ପରିଣତ ବୟସରେ ମଧ୍ୟ ସ୍ଵୟଂ କ୍ଷମ ଥିଲେ ।ତାଙ୍କର ତିନି ପୁଅ ଅଶ୍ଵିନୀ ,ଅଲେଖ ,ଅଚ୍ୟୁତ ଓ ଝିଅ ସୌଦାମିନୀ ଙ୍କୁ ଶୋକ ସାଗରରେ ଭସେଇ ଦେଇ ଚାଲିଯାଇଛନ୍ତି ।ସେ ଆଜୀବନ କୃଷି କାମ ତଥା ପ୍ରକୃତିକୁ ଭଳ ପାଇ ଆସୁଥିଲେ ।

ଲରମ୍ଭା ସମବାୟ ସମିତି ର ନିର୍ଦ୍ଦେଶକ ରହି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ ।ଗ୍ରାମର ନୃସିଂହ ମନ୍ଦିର ର ସେ କୋଷାଧ୍ୟକ୍ଷ ରହି ମନ୍ଦିର ପରିଚାଳନାରେ ,ବିକାଶ ରେ ସହଯୋଗ କରିଥିଲେ । ଗ୍ରାମର ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ।ବଡ ପୁଅ ଅଶ୍ଵିନୀ ମୁଖlଗ୍ନି ଦେଇଥିଲେ ।

ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ବସନ୍ତ ବାରିକ୍ ,ଭିକାରୀ ବାରିକ୍ ,ପ୍ରକାଶ ନାଏକ , ସମାଜ ସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ଗ୍ରାମ ତଥା ଅଞ୍ଚଳର କୁଲିତା ସମାଜ ର ସଭ୍ୟ , ମନ୍ଦିର କମିଟିର କର୍ମକର୍ତ୍ତା ,ଲରମ୍ଭା ସମବାୟ ସମିତିର କର୍ମଚାରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରୀଗଣେଶ ମହୋତ୍ସବ ପାଇଁ କଟକ-ଭୁବନେଶ୍ୱର ଦ୍ବୈତ୍ଯନଗରୀ ଗଣେଶମ ହୋତ୍ସବ କମିଟି ପକ୍ଷରୁ ଶୁଭ ସ୍ତମ୍ଭ ସ୍ଥାପନ...

Wed Aug 24 , 2022
ସଂଜୟ ସତପଥୀ(କଟକ): ଆସନ୍ତା ଶ୍ରୀଗଣେଶ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାସମାରୋହରେ ଏହି ଉତ୍ସବ ପାଳନ କରିବାର ସଙ୍କଳ୍ପ ନେଇ ଆଜି କଟକର ପ୍ରସିଦ୍ଧ ବାଲିଯାତ୍ରା ପଡିଆରେ କଟକ-ଭୁବନେଶ୍ବର ଦ୍ବୈତ୍ଯନଗରୀ ଗଣେଶ ମହୋତ୍ସବ କମିଟି ପକ୍ଷରୁ ପୁର୍ବତନ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ବାରା ପଣ୍ଡିତମାନଙ୍କ ମନ୍ତ୍ରୋଚାରଣ ଓ ବେଦଧ୍ଵନି ମଧ୍ଯରେ ଭୂମି ପୂଜନ ଓ ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ […]

You May Like

Pin It on Pinterest