
ବରଗଡ଼୨୫/୮(ନବୀନ ଦାଶ ବାସ୍ତବ ଟିଭି):ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୧୪ ତାରିଖ ଦିନ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲସ୍ତଲା ର ଅନିଲ ସରାଫ ଙ୍କ ସୁନା ଗହଣା ଦୋକାନରୁ ରାତିରେ ସିନ୍ଧି ଫୋଡ଼ି ଚୋରୀ ହୋଇଥିବା ଦୋକାନ ମାଲିକ ଲିଖିତ ଅଭିଯୋଗ ଅତାବିରା ଥାନାରେ ଦେଇଥିଲେ।ଏହା ପରେ ଖରମୁଣ୍ଡା ସ୍କୁଲ୍ ରୁ ଚାଉଳ ସହ ଗ୍ୟାସ ସିଲିଣ୍ଡର ଓ ଗ୍ୟାସ ଚୁଲା ମଧ୍ୟ ଚୋରି ଅଭିଯୋଗ ପରେ ବରଗଡ଼ ଏସ ଡି ପି ଓ ଦୀପକ ଗୋଛାୟତ ଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ଥାନା ଅଧିକାରୀ ଅନିଲ ପ୍ରଧାନ ଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ଗଠନ କରି ଏହି ଚୋର ମାନଙ୍କ ସନ୍ଧାନ ରେ ରହିଥିଲେ।
ଦୀର୍ଘ ଦଶ ଦିନ ପରେ ସେମାନେ ଧରା ପଡିଛନ୍ତି।ସେମାନେ ହେଲେ ମେଲଛlମୁଣ୍ଡା ଥାନାର କୁଚିପlଳି ଗ୍ରାମର ବିଶ୍ୱଜିତ୍ ସାହୁ (୨୦) ଓ ବନ୍ଧପାଲି ର ଦୁଃଖନାସନ ବିଶି (୨୧),ଭଟଲି ଥାନା ଅନ୍ତର୍ଗତ ବଡ଼ମାଳ ର ବୁଧ ଦେବ ନାଏକ ଓରଫ ବିକାଶ (୧୯)ଓ ବଡ଼ମାଳ ର ପ୍ରଫୁଲ୍ଲ ମେହେର ଓରଫ ଦିଲେଶ୍ୱର୍ (୩୨) ।ଏମାନ ଙ୍କୁ ଗିରଫ କରି ଏମାନଙ୍କ ଠାରୁ ଗୋଟିଏ ଟି ଭି ଏସ ଆପାଚେ ଓଡ଼ି୧୭ ଆର୍ ୯୫୩୧,ନମ୍ୱର ବିହୀନ ଗୋଟିଏ କଳା ଓ ନୀଳ ରଙ୍ଗର ବଜାଜ ପଲ୍ସର୍ ,୨୦୦ ଗ୍ରାମ ର ରୂପା ପାଉଁଜି,ଏକ ଗ୍ରାମ ସୁନାର ନାକ ଫୁଲ ,୫୦ କେଜି ବିଶିଷ୍ଟ ଚାରି ପକେଟ୍ ଚାଉଳ,ଗୋଟିଏ ଗ୍ୟାସ ସିଲିଣ୍ଡର ,ଗୋଟିଏ ଗ୍ୟାସ ଚୁଲି ସମେତ ତିନିଟି ବିଭିନ୍ନ ପ୍ରକାରର ଯନ୍ତ୍ରପାତି ଜବତ କରିଛି।ଏହି ଡକାୟତ ଦଳ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଏମିତି ଚୋରି କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଛି।
ସେମାନଙ୍କ ବିରୁଦ୍ଧରେ ଭାରତୀୟ ପେନlଲ କୋର୍ଟ ଧାରା ୪୫୭ ଧାରା ଅନୁଯାୟୀ କେସ ନମ୍ବର ୨୮୪ ରେ ଏକ କେସ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।ଏହି ଡକାୟତ ଦଳଙ୍କୁ ଗିରଫ କରିବାରେ ଥାନାର ଏ ଏସ ଆଇ ଲଳିତ ନାଗ,ସୁରେଶ ଦାସ,ସହ ଦେବ ବିମାରୀ ପ୍ରମୁଖ ସହଯୋଗ କରିଥିଲେ।