ଦୁଇ ବର୍ଷ ବ୍ୟବଧାନ ପରେ ଏଥର ଧୁମଧାମରେ ପାଳନ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା…

ବରଗଡ଼(ନବୀନ ଦାଶ) ୨୫।୦୮: ଦୁଇ ବର୍ଷ ବ୍ୟବଧାନ ପରେ ଏଥର ଧୁମଧାମରେ ପାଳନ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। କୋଭିଡ କଟକଣା ଯୋଗୁ ବରଗଡ଼ ଧନୁଯାତ୍ରା ବନ୍ଦ ରହିଥିଲା।ଏ ବର୍ଷ ଡିସେମ୍ବର ୨୭ ରୁ ୨୦୨୩ ଜାନୁୟାରୀ ୬ ପର୍ଯ୍ୟନ୍ତ ଧନୁଯାତ୍ରା ପାଳନ ହେବ। ଏଥିପାଇଁ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି(ଗୁରୁବାର) ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ,ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଧନୁଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଏଥର ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ପୂର୍ଣ୍ଣାଙ୍ଗ ତୋରଣ ନିର୍ମାଣ କରାଯିବ। ଏଥିସହ ନୂଆ କଳାକାର ଚୟନ କରାଯିବ ଏବଂ ଅମ୍ବାପାଲିର ଭିତ୍ତିଭୂମି ବିକାଶ ଓ ନୂଆ କମିଟି ଗଠନ ଉପରେ ମଧ୍ୟ ଆଲୋଚନା କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣ ବର୍ଷା...

Thu Aug 25 , 2022
ବାସ୍ତବବ୍ୟୁରୋ ୨୫|୦୮: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ ଅନୁଯାଇ ୨୫ ଓ ୨୭ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼ ଓ କେନ୍ଦୁଝରରେ ଆଜି ଅର୍ଥାତ ୨୫ରେ ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ […]

You May Like

Pin It on Pinterest