ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣ ବର୍ଷା…

ବାସ୍ତବବ୍ୟୁରୋ ୨୫|୦୮: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ ଅନୁଯାଇ ୨୫ ଓ ୨୭ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼ ଓ କେନ୍ଦୁଝରରେ ଆଜି ଅର୍ଥାତ ୨୫ରେ ପ୍ରବଳ ବର୍ଷା ହୋଇପାରେ ।

ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଆଜି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼ ଓ କେନ୍ଦୁଝର ଦୁଇଟି ଜିଲ୍ଲାରେ ଭାରୀ ବର୍ଷା ହେବାର ସମ୍ଭାବନା । ୨୭ରେ ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।ଏଥିପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଓ ଗଜପତିରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲାଇଭ୍ ମ୍ୟାଚ୍ ସମୟରେ ଦମ୍ପତିଙ୍କ ଲଜ୍ଜାଜନକ କାର୍ଯ୍ୟ, ଷ୍ଟାଡିୟମରେ ଦର୍ଶକଙ୍କୁ ଟେରା କରି ଦେଇଥିଲା ଯାହା ଏବେ ଭାଇରାଲ ହୋଇଛି…

Thu Aug 25 , 2022
ଏସ.ବାସ୍ତବ: ଅନେକ ଥର ଏହା ଘଟେ ଯେତେବେଳେ ଏପରି ଲଜ୍ଜାଜନକ କାର୍ଯ୍ୟ କ୍ୟାମେରାରେ ଧରାଯାଏ ଯାହା ଲୋକଙ୍କ ପାଇଁ ଲଜ୍ଜାଜନକ ହୋଇଯାଏ | ଅନେକ ଥର ଲାଇଭ୍ ମ୍ୟାଚ୍ ସମୟରେ ଷ୍ଟାଡିୟମରୁ ଏଭଳି ମାମଲା ମଧ୍ୟ ଆସିଥାଏ | ଆମେରିକାରୁ ଏକ ସମାନ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଲାଇଭ ମ୍ୟାଚ୍ ଚାଲିଛି ଏବଂ ଏହି ସମୟ ମଧ୍ୟରେ ଷ୍ଟାଡିୟମରେ ବସିଥିବା ଏକ ଦମ୍ପତିଙ୍କର ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା […]

You May Like

Pin It on Pinterest