ଓଡିଶା ରାଜ୍ୟ କୋଶଲିଆ ମାଳି ସମାଜ ବିକାଶ ପରିଷଦ ପକ୍ଷରୁ ସାମାଜିକ ସାଧାରଣ ସଭା,ନୂତନ କର୍ମ କର୍ତ୍ତା ଚୟନ….

ବରଗଡ଼୨୫/୮(ନବୀନ ଦାଶ): ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ବେଶ୍ ପରିଚିତ ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ କଡ ସ୍ଥିତ ସରଣ୍ଡା ବିଶ୍ୱେଶ୍ୱର୍ ବାବା ଶୈବ ପୀଠରେ ଓଡିଶା ରାଜ୍ୟ କୋଶଲିଆ ମାଳି ସମାଜ ବିକାଶ ପରିଷଦ ପକ୍ଷରୁ ସାମାଜିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ସର୍ବ ପ୍ରଥମେ ସମାଜ ପକ୍ଷରୁ ବିଶ୍ଵେଶ୍ୱର୍ ବାବା ଙ୍କ ଚରଣାରବିନ୍ଦ ହୋଇ ସମାଜ ର ଉନ୍ନତି ଓ ଉତ୍ତରୋତ୍ତର କାମନା କରି ଜଳାଭିଷେକ ସହ ପୂଜାର୍ଚ୍ଚନା କରାଯାଇ ଥିଲା।ଏହି ଅବସରରେ ସମାଜ ର ନିମନ୍ତ୍ରିତ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ଚନ୍ଦନ, ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ଆଳଙ୍କୃତ କରାଯାଇଥିଲା।ଓଡିଶା ରାଜ୍ୟ କୋଶଲିଆ ମାଳି ସମାଜ ବିକାଶ ପରିଷଦ ର ରାଜ୍ୟ ଉପଦେଷ୍ଟା ତଥା ଚେୟାରମେନ୍ ଙ୍କ ଅଧ୍ୟକ୍ଷତାରେ ପରମେଶ୍ବର ପଟେଲ ଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ବରଗଡ଼ ଆଞ୍ଚଳିକ ସଭାପତି ହାଡୁ ପଟେଲ,ଗାଇ ସିଲେଟ ସଭାପତି ଭିକାରୀ ପଟେଲ, ଭେଡେନ ସଭାପତି ମହେନ୍ଦ୍ର ପଟେଲ, ମାଲପଡା ସଭାପତି ଗୋପବନ୍ଧୁ ପଟେଲ, ପୁରୁଖା ସମାଜ ସେବକ,ରାଜ୍ୟ ଉପଦେଷ୍ଟା ତଥା ବଲାଙ୍ଗୀର ସଭାପତି ତ୍ରିପାଠୀ ପଟେଲ,ସମ୍ବଲପୁର ଯୁବ ସମାଜସେବୀ ତଥା ସଭାପତି କୁଳମଣି ପଟେଲ ଙ୍କ ସମେତ ବରଗଡ଼ ସଂପାଦକ ବିରଞ୍ଚି ପଟେଲ ଓ ଭେଡେନ ସଂପାଦକ ଚନ୍ଦ୍ର ଶେଖର ପଟେଲ ପ୍ରମୁଖ ମଞ୍ଚାସିନ ରହିଥିଲେ।

ଏଥିରେ ଅତାବିରା ବ୍ଲକ ସଭାପତି ଭାବେ ପରମେଶ୍ବର ପଟେଲ ମନୋନୀତ ହୋଇଥିବାବେଳେ ସଂପାଦକ ଅଚ୍ୟୁତାନନ୍ଦ ପଟେଲ,ଉପ ସଭାପତି ରୁକମତୀ ପଟେଲ,ଯୁଗ୍ମ ସମ୍ପାଦକ କୁସୁମ ପଟେଲ ଓ ହୃଦାନନ୍ଦ ପଟେଲ,କୋଷାଧ୍ୟକ୍ଷ ବିଭୀଷଣ ପଟେଲ,କାର୍ଯ୍ୟକାରୀ କମିଟି ଅନାମ ପଟେଲ,ହଳଧର ପଟେଲ,ରୀନା ପଟେଲ,ଲକ୍ଷ୍ମୀ ପଟେଲ,ସୁଶାନ୍ତ ପଟେଲ, ବଂଶୀଧର ପଟେଲ ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା।ସଭାରେ ସର୍ବ ସମ୍ମତି କ୍ରମେ ସମାଜ ର ବିଭିନ୍ନ ସମସ୍ୟା କୁ ବିସ୍ତୃତ ଆଲୋଚନା କରିବା ସହ ସମାଜ ର ଉନ୍ନତି ଦିଗରେ ବ୍ଲକ ର କୋଣ ଅନୁକୋଣ ରୁ ଆସିଥିବା ଯୁବ ପିଢ଼ି ଙ୍କୁ ନିମନ୍ତ୍ରିତ ଅତିଥି ମାନେ ଦିଗ୍ ଦର୍ଶନ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ମେଡିକାଲ ରେ ଭେଟିଲେ କଟକ ବିଜେପିର ନେତୃମଣ୍ଡଳୀ...

Thu Aug 25 , 2022
ସଂଜୟ ଶତପଥୀ(କଟକ): ଆମ ଓଡ଼ିଶାର ଗୌରବ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ରେ ଚିକିତ୍ସିତ ହେଉଥିବାରୁ, ମା’ଙ୍କୁ ଭେଟିବା ପାଇଁ କଟକନଗର ଭାଜପାର ଏକ ଟିମ ଆଜି ମେଡ଼ିକାଲ ପହଞ୍ଚିଥିଲେ। ଭାଜପା କଟକନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ରାଜ୍ୟ ସଂଖ୍ୟା ଲଘୁମୋର୍ଚା ସଭାପତି ସିକନ୍ଦର ଅଲ୍ଲି,ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଂଜନ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ପ୍ରମୁଖ […]

You May Like

Pin It on Pinterest