
ସଞ୍ଜୟଶତପଥୀ(କଟକ)୨୭।୮:ଭୁବନେଶ୍ବର ଶୈଳଶ୍ରୀ ବିହାରର ଜନୈକ ନିଶାସକ୍ତ ଯୁବକ ,ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ।ମୁଣ୍ଡଳୀ ବ୍ରିଜ ଉପରେ OD 33 R 9270 ନମ୍ବରର ଦୁଇଚକିଆ ଗାଡି(ସ୍କୁଟି) ରଖାଯାଇଛି ।ଯୁବକ ଜଣଙ୍କ ହେଲେ ବିଶ୍ଵଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି ।

ତେବେ ଯୁବକ ଜଣଙ୍କ ନିଶାସକ୍ତ ଥିବା ଅବସ୍ଥାରେ ନଦୀକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀ ଏହି ଘଟଣା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି NDRF ଟିମ ସହାୟତାରେ ଯୁବକଙ୍କୁ ଭରା ନଦୀରେ ଖୋଜିବାକୁ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିନାହିଁ ।