ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କଲେ ରାଜ୍ୟ ସରକାର,ଅଶୋକ କୁମାର ମୀନା କେନ୍ଦ୍ରକୁ ଗଲେ…

ପ୍ରମୋଦ ନାୟକ(ଭୁବନେଶ୍ବର): ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ୧୯୯୫ ବ୍ୟାଚ୍‌ ଆଇଏଏସ ସୁଶୀଲ କୁମାର ଲୋହାନୀଙ୍କୁ ରାଜ୍ୟ ପଞ୍ଚାୟତିରାଜ ଓ ପାନ୍ୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।ଏଥିସହ ତାଙ୍କ ପାଖରେ ଅବାକାରୀ ବିଭାଗର ସଚିବ ପଦ ରହିଥିବା ବେଳେ, ଶ୍ରୀ ଲୋହାନୀ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି।

୧୯୯୩ ବ୍ୟାଚ୍‌ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂହଙ୍କୁ ରାଜ୍ୟ ସରକାର ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ସିଂହ ଓଏମସି ଅଧ୍ୟକ୍ଷ, ଇଡକଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ୧୯୯୭ ବ୍ୟାଚ୍‌ ଆଇଏଏସ୍‌ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ କର ଓ ଜିଏସ୍‌ଟି କମିସନ ଭାବେ ଦାୟିତ୍ୱ ମିଳିଛି। ଏଥି ସହିତ ଶ୍ରୀ ସିଂହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅମୃତ ମହୋତ୍ସବ ପାଳନ ପରିପ୍ରକ୍ଷି ରେ ଗୋଡଭଗା ଠାରେ "ଅହିଂସା ରଥ"କୁ ସ୍ଵାଗତ ସମ୍ବର୍ଦ୍ଧନା..

Sun Aug 28 , 2022
ବରଗଡ଼(ନବୀନ ଦାଶ): ଓଡ଼ିଶା ସରକାରଙ୍କ ଦ୍ୱାରା ପରିକ୍ରମା କରୁଥିବା ” ଅହିଂସା ରଥକୁ” ଗତ ୨୭ ତାରିଖ ଅପରାହ୍ନରେ ବରଗଡ଼ ଜିଲ୍ଲାର ମୁଖ୍ୟ ଦ୍ଵାର ଗୋଡଭଗା ଠାରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମନିଷା ବାନାର୍ଜୀ ସବୁଜ ପତାକା ଦେଖାଇ ଦୁଇଟି ରଥକୁ ସ୍ଵାଗତ ଜଣାଇଥିଲେ । ରଥ ଦୁଇଟିକୁ ପୂଜାର୍ଚ୍ଚନା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ […]

You May Like

Pin It on Pinterest