ଆଜି ୧୫ ଟି ଜିଲ୍ଲାରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ହେବ…

ଭୁବନେଶ୍ୱର:ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଥିବାରୁ ମୌସୁମୀଜନିତ ଲଗାଣ ବର୍ଷା ହେଉନାହିଁ। ମୌସୁମୀଜନିତ ନିମ୍ନ ଚାପରେଖା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ହିମାଳୟର ପାଦଦେଶ ଯାଏ ଲମ୍ବିଛି। ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହୁଥିବାରୁ ବାୟୁମଣ୍ଡଳର ତାପମାତ୍ରା ବଢ଼ୁଛି, ଫଳରେ ଅପରାହ୍ନ ଆଡ଼କୁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବିକ୍ଷିପ୍ତ ବର୍ଷା ହେଉଥିବାର ପରିଲକ୍ଷିତ ହେଉଛି ।

ଠିକ ସେହିପରି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ନାବାଳକ ସମେତ ୫ ମୃତ...

Sun Aug 28 , 2022
ଦୁଃଶାସନ ପୃଷ୍ଟି(କାମାକ୍ଷାନଗର)୨୮|୦୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ନାବାଳକ ସମେତ ୫ ମୃତ, ଅଟୋକୁ ଧକ୍କା ଦେଲା ଟ୍ରକ । ଖବର ଅନୁଯାଇ, ଏକ ଯାତ୍ରୀବାହୀ ଅଟୋରେ କିଛି ଯାତ୍ରୀଙ୍କୁ ନେଇ, ଏନଏଚ-୫୩ ଦେଇ ଯାଉଥିବା ବେଳେ, ମୁକ୍ତାପାଣି ନିକଟରେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୫ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ସମସ୍ତ […]

You May Like

Pin It on Pinterest