ଆମ ଦେଶର ପ୍ରତି ନଗରୀ, ପ୍ରତି ଗାଁରେ ଅମୃତ ମହୋତ୍ସବର ଅମୃତ ପ୍ରବାହିତ ହେଉଛି -ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ "ମନ କି ବାତ" ମାଧ୍ୟମରେ ଦେଶ ସହ କଥା ହେଉଛନ୍ତି; ଏହା ହେଉଛି ମନ୍ କି ବାତ ର ୯୨ତମ ଏପିସୋଡ୍,ଯାହାର ପ୍ରଥମ ସଂସ୍କରଣ ୩ ଅକ୍ଟୋବର ୨୦୧୪ ରେ ପ୍ରସାରିତ ହୋଇଥିଲା | ସାମ୍ପ୍ରତିକ ବର୍ଷଗୁଡିକରେ,କାର୍ଯ୍ୟକ୍ରମର ପ୍ରତ୍ୟେକ ନୂତନ ଏପିସୋଡ୍ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରିତ ହୋଇଛି। ଦେଶର ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିଥିବା ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନ କଥା ସ୍ମରଣ କରି ଆଜି ଉକ୍ତ ଅଭିଯାନକୁ ବ୍ୟାପକ କରିଥିବା ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶର ପ୍ରତି ନଗରୀ, ପ୍ରତି ଗାଁରେ ଅମୃତ ମହୋତ୍ସବର ଅମୃତ ପ୍ରବାହିତ ହେଉଛି। କେବଳ ଭାରତରେ ନୁହେଁ, ବିଶ୍ବର ଅନ୍ୟାନ୍ୟ ଦେଶରେ ମଧ୍ୟ ଅମୃତ ମହୋତ୍ସବ ପାଳନ କରାଯାଇଥିବା ଦେଖାଯାଇଛି। ବଟସ୍‌ୱାନାରେ ଥିବା ସ୍ଥାନୀୟ ଗାୟକମାନେ ଭାରତୀୟ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ହିନ୍ଦୀ, ପଞ୍ଜାବୀ, ଗୁଜରାଟୀ, ବଙ୍ଗଳା, ଅହମିୟା, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ସଂସ୍କୃତ ଆଦି ଭାଷାରେ ୭୫ଟି ଦେଶାତ୍ମବୋଧକ ଗୀତ ଗାନ କରିଥିଲେ। ସେହିପରି, ଭାରତ-ନାମିବୀୟ ସାଂସ୍କୃତିକ ପାରମ୍ପରିକ ସମ୍ପର୍କ ଆଧାରରେ ସ୍ବତନ୍ତ୍ର ଡାକଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ଏଥର ଅଗଷ୍ଟ ମାସରେ ଆପଣମାନଙ୍କର ପତ୍ରାବଳି, ବାର୍ତ୍ତା ଓ କାର୍ଡ ମୋ କାର୍ଯ୍ୟାଳୟକୁ ତ୍ରିରଙ୍ଗାୟିତ କରି ପକାଇଛି। ତ୍ରିରଙ୍ଗ ନ ଥିବା, ତ୍ରିରଙ୍ଗା ଏବଂ ସ୍ବାଧୀନତା ବିଷୟରେ ଉଲ୍ଲେଖ ନ ଥିବା କୌଣସି ଚିଠି ମୋ ନଜରକୁ ଆସିନାହିଁ।

ଅମୃତ ମହୋତ୍ସବ ଓ ସ୍ବାଧୀନତା ଦିବସର ଏହି ସ୍ବତନ୍ତ୍ର ଅବସରରେ ଆମେ ଦେଶର ସମ୍ମିଳିତ ସାମର୍ଥ୍ୟ ଦେଖିଛନ୍ତି। ସେଥିରେ ହୃଦୟଙ୍ଗମତାର ଚେତନା ଥିଲା। ୨୦୨୩ ପର୍ଯ୍ୟନ୍ତ ସ୍ବାଧୀନତାର ଅମୃତ ମହୋତ୍ସବ ଚାଲିବ ବୋଲି ସେ କହିଛନ୍ତି।

ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ସ୍ବଳ୍ପ ପରିଚିତ ସଂଗ୍ରାମୀମାନଙ୍କୁ ଦେଶର ତରୁଣ ପିଢ଼ିଙ୍କ ସହିତ ପରିଚୟ କରାଇବା ପାଇଁ ଦୂରଦର୍ଶନରେ ‘ସ୍ବରାଜ ସିରିଏଲ୍‌’ ହେଉଛି ଏକ ପ୍ରୟାସ। ପ୍ରତି ରବିବାର ରାତି ୯ଟାରେ ଏହା ୭୫ ସପ୍ତାହଯାଏଁ ପ୍ରସାରଣ କରାଯିବ।

ସହସ୍ର ବର୍ଷର ପୁରାତନ ଋଗ୍‌ ବେଦରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଲେ, ହେ ଜଳ, ତୁମେ ମାନବତାର ପରମ ମିତ୍ର। ତୁମେ ଜନ୍ମଦାତା, ତୁମଠାରୁ ଖାଦ୍ୟ ଉତ୍ପନ୍ନ ହେଉଛି, ତୁମ ପାଇଁ ଆମ ପିଲାଙ୍କର ମଙ୍ଗଳ ହେଉଛି। ତୁମେ ଆମର ରକ୍ଷକ। ତୁମେ ଆମକୁ ଅମଙ୍ଗଳରୁ ଦୂରେଇ ରଖୁଛ। ତୁମେ ସର୍ବୋତ୍ତମ ଔଷଧ ଓ ଜଗତ୍‌ର ପାଳନ କର୍ତ୍ତା।

ଭାବି ଦେଖନ୍ତୁ, ହଜାର ହଜାର ବର୍ଷ ପୂର୍ବେ ଆମ ସଂସ୍କୃତିରେ ଜଳର ଗୁରୁତ୍ବ ଏବଂ ଜଳ ସଂରକ୍ଷଣ କଥା ବୁଝାଇ ଦିଆଯାଇଛି। ଆଜି ପାଇଁ ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି। ୪ ମାସ ତଳେ ମୁଁ ‘ମନ୍‌ କୀ ବାତ୍‌’ରେ ଅମୃତ ସରୋବର କଥା କହିଥିଲି। ଏବେ ଅମୃତ ସରୋବର ନିର୍ମାଣ ଗଣ ଆନ୍ଦୋଳନ ପାଲଟି ଗଲାଣି। ଦେଶବ୍ୟାପୀ ଏଥିପାଇଁ ପ୍ରଶଂସନୀୟ ଉଦ୍ୟମ ଚାଲିଛି।

ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପାଳନ ହେଉଥିବା ବାର୍ଷିକ ‘ପୋଷଣ ମାସ’ରେ ମଧ୍ୟ ନାଗରିକମାନେ ସକ୍ରିୟ ଅଂଶ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୁପୋଷଣ ବିପକ୍ଷରେ ସମ୍ପ୍ରତି ଦେଶରେ ଅନେକ ସର୍ଜନାତ୍ମକ ତଥା ବହୁମୁଖୀ ଉଦ୍ୟମ ଚାଲିଛି।

ଏବେ ବାଜରାକୁ ‘ସୁପର୍‌ଫୁଡ୍‌’ ପର୍ଯ୍ୟାୟଭୁକ୍ତ କରାଯାଇଛି। ଦେଶରେ ବାଜରାର ପ୍ରସାର ନିମନ୍ତେ ବ୍ୟାପକ ପ୍ରୟାସ ଚାଲିଛି। ଆଦିମ କାଳରୁ ବାଜରା ଆମ କୃଷି, ସଂସ୍କୃତି ଏବଂ ସଭ୍ୟତାର ଅଂଶବିଶେଷ ହୋଇ ରହି ଆସିଛି। ବେଦରେ ମଧ୍ୟ ବାଜରା କଥା ଉଲ୍ଲେଖ ଅଛି। ଦେଶର ବିଭିନ୍ନ ପ୍ରାନ୍ତରେ ବାଜରାରୁ ନାନା କିସମର ଖାଦ୍ୟ ପ୍ରସ୍ତୁତି ହୁଏ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡରେ ସ୍ବାସ୍ଥ୍ୟ ପାଇଁ ହିତପ୍ରଦ ଅନେକ ଔଷଧୀୟ ଉଦ୍ଭିଦ ରହିଛି। ସେଥିରୁ ଗୋଟିଏ ଫଳ ହେଉଛି ‘ବେଦୁ’ ବା ହିମାଳୟ ଡିମିରି। ଏଥିରେ ପ୍ରଚୁର ପରିମାଣର, ଖନିଜଲବଣ ଓ ଜୀବନିକା ରହିଛି। ଲୋକେ ଏହାକୁ କେବଳ ଫଳ ବିଚାରି ଖାଉନାହାନ୍ତି, ଅନେକ ରୋଗର ଚିକିତ୍ସା ନିମନ୍ତେ ବି ବ୍ୟବହାର କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନର ଆଜ୍‌ମେର୍‌ ଜିଲ୍ଲାର ସେଠା ସିଂହ ରାୱତ୍‌ ‘ଦର୍‌ଜୀ ଅନ୍‌ଲାଇନ୍‌’ ନାମରେ ‘ଇ‌-ଷ୍ଟେର୍‌’ ଟିଏ ଖୋଲିଛନ୍ତି। କୋଭିଡ୍‌ ସଂକ୍ରମଣ ବେଳେ ରାୱତ୍‌ ଉକ୍ତ ଆହ୍ବାନକୁ ଅସୁବିଧା ଭାବେ ଗ୍ରହଣ ନ କରି ବରଂ ସୁଯୋଗ ଭାବେ ଗ୍ରହଣ କଲେ।

ଏହାଛଡ଼ା, ଗଣେଶ ଚତୁର୍ଥୀ, ତା’ପୂର୍ବରୁ ପଡୁଥିବା ଓନାମ୍‌, ହରିତାଳିକା ଏବଂ ଓଡ଼ିଶାର ନୂଆଖାଇ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଶୁଭକାମନା ଜଣାଇଛନ୍ତି। ସେପ୍ଟେମ୍ବର ପହିଲାରେ ପଡୁଥିବା ନୂଆଖାଇ ସମ୍ପର୍କରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ନୂଆଖାଇ’ର ସାଧାରଣ ଅର୍ଥ ହେଲା ନୂତନ ଖାଦ୍ୟ। ଏହା ମଧ୍ୟ ଆମ କୃଷି ପରମ୍ପରା ସହିତ ଜଡ଼ିତ ଅନେକ ପର୍ବ ମଧ୍ୟରୁ ଗୋଟିଏ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅକ୍ଟୋବର ୧୯ ରେ କଂଗ୍ରେସ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇବ: ୧୭ ରେ ମତଦାନ;ଯେକେହି ଦଳର ଅଧ୍ୟକ୍ଷ ପାଇଁ ନାମାଙ୍କନ କରିପାରିବେ-ଜୟରାମ ରମେଶ...

Mon Aug 29 , 2022
ଏସ୍.ବାସ୍ତବ: ଅକ୍ଟୋବର ୧୯ ରେ କଂଗ୍ରେସ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇବ: ୧୭ ରେ ମତଦାନ; ଜୟରାମ ରମେଶ କହିଛନ୍ତି – ଯେକେହି ଦଳର ଅଧ୍ୟକ୍ଷ ପାଇଁ ନାମାଙ୍କନ କରିପାରିବେ । ଅକ୍ଟୋବର ୧୭ ରେ କଂଗ୍ରେସ ସଭାପତି ପଦ ପାଇଁ ମତଦାନ ଏବଂ ଅକ୍ଟୋବର ୧୯ ରେ ଗଣନା କରାଯିବ। ନିର୍ବାଚନ ସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ରେ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୨୪ ରୁ […]

You May Like

Pin It on Pinterest