
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯଥା-ରକ୍ତ ଦାନ ଶିବିର, ବୃକ୍ଷ ରୋପଣ ଆଦି କାର୍ଯ୍ୟ ଜାରି ରହିଛି । ଏହି କ୍ରମରେ ଚାନ୍ଦବାଲି ବ୍ଲକର ଜଳେଶ୍ବରପୁର ଓ ତେନ୍ତୁଲି ଡ଼ିହି ଗ୍ରାମପଞ୍ଚାୟତ ରେ ବୃକ୍ଷ ରୋପଣ କଲେ ବିଧାୟକ ଡ଼ଃ ବ୍ୟମାକେଶ ରାୟ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବୃକ୍ଷ କୋଟିଏ ଜୀବନ ନାରାକୁ ଚାନ୍ଦବାଲିର ପ୍ରତି ପଂଚାୟତରେ ପହଞ୍ଚାଇବା ସହ ଏହି ମିଶନକୁ ସଫଳ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ଡ଼ଃ ରାୟ କହିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ୨ ନମ୍ବର ଜୋନର ଜିଲ୍ଲା ପରିଷଦ ରଞ୍ଜନ କୁମାର ସାହୁ,ଜଳେଶ୍ବରପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ବେହୁରା , ଯୁବନେତା ଜିତେନ୍ଦ୍ର ପାଣି ,ପ୍ରଭାସ ନାୟକ ପ୍ରମୁଖ ବହୁଛାମୁଆ ନେତା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।



