ଅତାବିରା ରେ ୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ସହ ୩ଗିରଫ….

ନବୀନ ଦାଶ(ଅତାବିରା):ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟରେ ୧୧ଲକ୍ଷ ଟଙ୍କା ର ୧୦୯.୫ ଗ୍ରାମ ବ୍ରାଉନ ସୁଗାର୍ ସହ ୩ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି ।

ଗିରଫ ଅଭିଯୁକ୍ତ ମାନେ ବରଗଡ଼ ପୌରାଞ୍ଚଳ ୱାର୍ଡ ନଂ ୧ ର ଅମଜଦ ଖାନ୍(୩୦),ୱାର୍ଡ ନଂ ୩ ହାଟପଦା ର ଅଜୟ ପଟେଲ (୨୫), ୱାର୍ଡ ନଂ ୧୨ ର ମହମ୍ମଦ ଅଲତାବ୍ (୨୫) ଅଞ୍ଚଳର ହୋଇଥିବା ବେଳେ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ଚକୁଳି ଫାର୍ମ ଛକ ଠାରେ ଏକ ଏଫ୍ ଜେଡ ଏସ୍ ବାଇକ୍ ନଂ ଓଡି ୧୭ଜି ୪୩୪୦ କୁ ଅଟକାଇ ଯାଞ୍ଚ୍ ସମୟରେ ତାଙ୍କ ଠାରୁ ବାଇକ୍ ସମେତ ୧୦୯.୫ ଗ୍ରାମ ର ବ୍ରାଉନ ସୁଗାର୍,ଦୁଇଟି ମୋବାଇଲ ଫୋନ୍,୧୧୫୦ଟଙ୍କା ଜବତ୍ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବରଗଡ଼,ଅତାବିରା ପୋଲିସ ସୂତ୍ରରୁ ଜଣା ପଡ଼ିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖୋର୍ଦ୍ଧା- ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ର...

Tue Aug 30 , 2022
ଖୋର୍ଦ୍ଧା(ବାସ୍ତବବ୍ୟୁରୋ): ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ସ୍ମୃତି ଅବସରରେ,ଅଗଷ୍ଟ ୨୯କୁ ଜାତୀୟ କ୍ରିଡା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ବନାଥ ତରାଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସାମିଲ […]

You May Like

Pin It on Pinterest