ବାସ୍ତବ ବ୍ୟୁରୋ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିବାର ୩୬ ଘଣ୍ଟା ରେ, ଗରିବ କଲ୍ୟାଣ ଯୋଜନାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଦେଶର ଶ୍ରମିକ, ଗରିବ ଏବଂ ସାଧାରଣ ବର୍ଗର ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନରେ ଏହି ପ୍ୟାକେଜ ବାବଦ ଅର୍ଥ ବିନିଯୋଗ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ପ୍ୟାକେଜ୍ ଘୋଷଣା କରି, ଏହି ଯୋଜନାର ବିସ୍ତୃତ ସୂଚନା ଦେଇଛନ୍ତି
ଏବେ ଜାଣନ୍ତୁ କେଉଁ ଯୋଜନାରେ କାହାକୁ ମିଳିବ କେତେ ଲାଭ….
୧- ଏପ୍ରିଲରେ ପ୍ରତି ଚାଷୀଂକ ଖାତାକୁ ୨୦୦୦ ଲେଖାଏଁ ଯିବ ।
୨- ବିନା ଗ୍ୟାରେଣ୍ଟିରେ ସମସ୍ତ ସ୍ବୟଂସହାୟକ ଗୋଷ୍ଠୀଂକୁ ୨୦ ଲକ୍ଷ ଟଂକାର ଋଣ ଘୋଷଣା ।
୩- ଦେଶବ୍ୟାପୀ ସମସ୍ତ ମହିଳା ଜନଧନ ଖାତାକୁ ୫୦୦ ଟଂକା ଲେଖାଏଁ ୩ ମାସ ପର୍ଯ୍ୟନ୍ତ ।
୪- ଦେଶର ୫ କୋଟି ମନରେଗା ଶ୍ରମିକଂକ ଖାତାକୁ ଯିବ ଅତିରିକ୍ତ ୨୦୦୦ ଟଂକା ଲେଖାଏଁ ।
୫- ୮୦ କୋଟି ଲୋକଂକ ପାଇଁ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା । ୨୦ କୋଟି ମହିଳାଂକ ଆକାଉଣ୍ଟକୁ ସିଧାସଳଖ ଯିବ ଟଂକା ।
୬- ସମସ୍ତ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଂକୁ ୧୦୦୦ ଟଂକା ଲେଖାଏଁ ଦେବେ କେନ୍ଦ୍ର ସରକାର ।
୭- ନିଯୁକ୍ତିଦାତା ଓ କର୍ମଚାରୀଂକ ପାଇଁ ୨୪% ଇପିଏଫ ତିନି ମାସ ପର୍ଯ୍ୟନ୍ତ ଜମା କରିବେ ସରକାର ,୭୫% ଉଠାଇପାରିବେ କର୍ମଚାରୀ ।
୮- ନିର୍ମାଣ ଶ୍ରମିକଂକ ପାଇଁ ୩୧ ହଜାର କୋଟି ଟଂକାର ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ ।
୯- ୬୩ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଂକ ପାଇଁ ପ୍ୟାକେଜ୍ ଘୋଷଣା ।
୧୦- ଗ୍ରାମୀଣ କ୍ଷେତ୍ର ରେ ଶ୍ରମିକଂକ ପାଉଣା ୧୮୨ ରୁ ୨୦୨ ଟଂକାକୁ ବୃଦ୍ଧି ।
୧୧-“କୋଭିଡ ଯୋଦ୍ଧା” ଡାକ୍ତର ନର୍ସ ପାରାମେଡିକାଲ ଷ୍ଟାଫଂକ ଠୁ ଆଶାକର୍ମୀ ଯାଏଁ ପ୍ରତ୍ୟେକଂକ ପାଇଁ ୫୦ ଲକ୍ଷ ଟଂକାର ବୀମା ଘୋଷଣା କଲେ ଅର୍ଥମନ୍ତ୍ରୀ
୧୨- ଦେଶର ଦୁର୍ଦ୍ଦିନ ବେଳେ ଗରିବ,ଖଟିଖିଆ,ଶ୍ରମିକ, ବୃଦ୍ଧବୃଦ୍ଧା,ବିଧବା, ଭିନ୍ନକ୍ଷମ,ମହିଳାଂକ ପାଇଁ ହାତ ଖୋଲିଲେ ସରକାର ।
୧୩- ୮୦ କୋଟି ଲୋକଂକୁ ତିନି ମାସ ଯାଏଁ ମାଗଣା ଚାଉଳ/ଗହମ , ଡାଲି ବାଣ୍ଟିବେ ସରକାର ।
୧୪- ୮୦ କୋଟି ଲୋକଂକୁ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ/ଗହମ , ୧ କେଜି ଲେଖାଏଁ ଡାଲି ତିନି ମାସ ଯାଏଁ ମାଗଣା
୧୫- ପାଉଥିବା ଖାଦ୍ୟ ସହ ଅତିରିକ୍ତ ତିନି ମାସ ମାଗଣା ରେ ମିଳିବ ।ଉଜ୍ଜ୍ବଳା ଯୋଜନା ରେ ଦେଶର ୮ କୋଟି ମହିଳାଂକୁ ତିନି ମାସ ପର୍ଯ୍ୟନ୍ତ ମାଗଣା ଗ୍ୟାସ ସିଲିଣ୍ଡର ବାଣ୍ଟିବେ ସରକାର ।
ଏହି ପ୍ୟାକେଜ ଘୋଷଣା ଅବସରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ, ଅର୍ଥ ସଚିବ ଅତନୁ ଚକ୍ରବର୍ତ୍ତୀ, ଆର୍ଥିକ ସେବା ବ୍ୟାପାର ସଚିବ ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ।