ଫଳକ ରେ ନାମ ନଥିବାକୁ ନେଇ କଟକ ବିଜେପିର ସାମ୍ବାଦିକ ସମ୍ମିଳନୀ…

ସଂଜୟ ଶତପଥୀ(କଟକ):ଗତ ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତ ଶାସନ ଅବସରରେ କଟକ ମହାନଗର ନିଗମ ତରଫରୁ ସହରରେ ୫ଟି ସ୍ଥାନରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କରାଯିବା ପାଇଁ ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ହେବାକୁ ଥିବା ବିଜେପି ଜିତିଥିବା ୱାର୍ଡ ଗୁଡିକରେ ଫଳକରେ ସ୍ଥାନୀୟ କର୍ପୋରେଟରଙ୍କର ଶିଳାନ୍ୟାସ ଫଳକରେ ନାମ ନଥିବାରୁ ଭାଜପା କଟକନଗର ତୀଵ୍ର ପ୍ରତିବାଦ କରିଛି।

ପିଠାପୁର ରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଦ୍ୱାରା ଆହୁତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କଟକ ମହାନଗର ନିଗମର ଏହି ପାତର ଅନ୍ତର ନୀତି ଓ ଶିଳାନ୍ୟାସ ରାଜନୀତି କୁ ତୀବ୍ର ସମାଲୋଚନା କରିଥିଲେ ଭାଜପା ନେତାମାନେ। ସମସ୍ତ ଫଳକର ଶିଳାନ୍ୟାସ ଗୋଟିଏ ସ୍ଥାନରେ ଷଣ୍ଢ ପୁରରେ କାହିଁକି କରାଗଲା ଏବଂ ସମ୍ପୃକ୍ତ କର୍ପୋରେଟର ମାନଙ୍କୁ ସୂଚନା ମଧ୍ୟ କାହିଁକି ଦିଆଯାଇ ନଥିଲା ବୋଲି ସଭାପତି ଶ୍ରୀ ବଡୁ ପ୍ରଶ୍ନ ପଚାରିଥିଲେ? ବିକାଶ ଏବଂ ସୁସ୍ଥ ପରମ୍ପରା ଯୁକ୍ତ ରାଜନୀତି ପାଇଁ ବିଜେପି କର୍ପୋରେଟର ମାନେ ପ୍ରତିଶ୍ରୁତିବଦ୍ଧ।

ଏସବୁ ଅନୈତିକ କାର୍ଯ୍ୟ ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ୨୬ ନମ୍ବର ୱାର୍ଡ ର କର୍ପୋରେଟର ଗଗନ ଓଝା ଓ ୪୫ ନମ୍ବର ୱାର୍ଡର ଗୋପାଳ ବେହେରା କହିଥିଲେ। ଏହି ଭୁଲ ପୁନରାବୃତ୍ତି ନକରିବାକୁ ଚେତାବନୀ ଦେଇଥିଲେ ଭାଜପା ନେତାମାନେ।ଅନ୍ୟମାନଙ୍କ ମଧ୍ୟରେ ୩୪ ନମ୍ବର ୱାର୍ଡ କର୍ପୋରେଟର ଦୀପକ ଦାସ, ୫୧ ନମ୍ବର ୱାର୍ଡର ରାକେଶ ସ୍ବାଇଁ ,୫୬ ନମ୍ବର ୱାର୍ଡ ର ଭବାନୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ମିଡ଼ିଆ ସଂଯୋଜକ ଶ୍ରୀ ସୁବାଷ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଶା ଓ୍ବେବ୍ ଆଣ୍ଡ ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ କଟକର ନୂତନ ଥାନା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦନା

Sat Sep 3 , 2022
ବାସ୍ତବ ବ୍ୟୁରୋ(କଟକ): ଆଜି ପବିତ୍ର ଶ୍ରୀ ରାଧାଷ୍ଟମୀ ଅବସରରେ ଓଡିଶା ଓ୍ବେବ୍ ଆଣ୍ଡ ଡିଜିଟାଲ ମିଡିଆ ଆସୋସିଏସନ ଓ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ,କଟକ ଜିଲ୍ଲା ପକ୍ଷରୁ କଟକ-ଭୁବନେଶ୍ବର କମିଶନରେଟ୍ ପୋଲିସ୍ ବିଭାଗର କଟକ ସହରର ସମ୍ମାନୀୟ, ଦକ୍ଷ ନୂତନ ଥାନାଧିକାରୀମାନଙ୍କୁ ଯଥା ମଙ୍ଗଳାବାଗ ଥାନାଧିକାରୀ ଶ୍ରୀ ସୁଧାଂଶୁ ଭୂଷଣ ଜେନା, ବାଦାମବାଡି ଥାନାଧିକାରୀ ଶ୍ରୀ ଏସ୍. ପାଢୀ ଓ କଟକ ସଦର ଥାନାଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର […]

You May Like

Pin It on Pinterest