
ଦେବାଶିଷ ମିଶ୍ର (ଚୌଦ୍ଵାର):ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ର ବିଜୁ ମହିଳା ଜନତା ଦଳର ର ଛାମୁଆ ନେତ୍ରୀ ଶ୍ରୀମତୀ ସବିତା ନାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜ୍ୟ ମହିଳା ଟିମ୍ ରେ ସାମିଲ କରି ସଂପାଦିକା ଦାୟିତ୍ଵ ଦେଇଛନ୍ତି।
ଶ୍ରୀମତୀ ନାୟକ ଏହି ଗୁରୁ ଦାୟିତ୍ଵ ମିଳିବା ପରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞ୍ୟତା ଜ୍ଞାପନ କରିବା ସହ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ , ଚୌଦ୍ୱାର କଟକ ବିଧାୟକ ସୋଭିକ ବିଶ୍ଵାଳ, ଜିଲ୍ଲା ଉପସଭାପତି ଶ୍ରଯୁକ୍ତ ପ୍ରେମ ଚାନ୍ଦ ନାୟକ, ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡା , ପୌର ପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ସାମଲ ଓ ଦଳୀୟ ପଦାଧିକାରୀ ଙ୍କୁ କୃତଜ୍ଞ୍ୟତା ଜଣାଇଛନ୍ତି।



