ରେଳପଥ ଦୋହରୀକରଣ ସମେତ ଆଧୁନିକୀକରଣ କାର୍ଯ୍ୟ ପାଇଁ ୫ଟି ଟ୍ରେନ୍‌ ବାତିଲ୍‌….

ମନୋଜ ମହାନ୍ତି(ଭୁବନେଶ୍ବର) : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ବିଭାଗ ସୂଚନା ଅନୁଯାଇ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଅଧୀନ ଲାଖୋଲି-ରାୟପୁର ଆରଭି ବ୍ଲକ ହଟ୍‌ର ଦୋହରୀକରଣ ସମେତ କେତେକ ଆଧୁନିକୀକରଣ କାର୍ଯ୍ୟ ପାଇଁ ୫ଟି ଟ୍ରେନ୍‌ ବାତିଲ୍‌ କରାଯାଇଛି ।

ସେଗୁଡ଼ିକ ହେଲା ଗାନ୍ଧୀଧାମ-ପୁରୀ ଗାନ୍ଧୀଧାମ ଏକ୍ସପ୍ରେସ୍‌ (୨୨୯୭୩/୨୨୯୭୪) ୭ ତାରିଖରେ ଗାନ୍ଧୀଧାମରୁ ଓ ୧୦ ତାରିଖରେ ପୁରୀରୁ, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍‌ (୧୮୫୧୮/୧୮୫୧୭) ଆସନ୍ତା ୧୧ ତାରିଖରେ ବିଶାଖାପାଟଣାରୁ ଓ ୧୨ ତାରିଖରେ କୋର୍ବାରୁ, ରାୟପୁର-ଜୁନାଗଡ଼ ରୋଡ-ରାୟପୁର ସ୍ବତନ୍ତ୍ର ଟ୍ରେନ୍‌ (୦୮୨୭୫/୦୮୨୭୬) ରାୟପୁରରୁ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ଓ ଜୁନାଗଡ଼ ରୋଡ୍‌ରୁ ୭ରୁ ୧୭ ତାରିଖ ଯାଏ, ବିଶାଖାପାଟଣା-ଦୁର୍ଗ- ବିଶାଖାପାଟଣା (୧୮୫୩୦/୧୮୫୨୯) ଟ୍ରେନ୍‌ ବିଶାଖାପାଟଣାରୁ ସେପ୍ଟେମ୍ବର ୬ରୁ ୧୨ ଓ ଦୁର୍ଗରୁ ଆସନ୍ତା ୭ରୁ ୧୩ ତାରିଖ ପର୍ଯ୍ୟନ୍ତ, ଟିଟିଲାଗଡ଼-ରାୟପୁର-ଟିଟିଲାଗଡ଼ ପାସେଞ୍ଜର ସ୍ବତନ୍ତ୍ର(୦୮୨୭୭/୦୮୨୭୮) ଟ୍ରେନ୍‌ ସେପ୍ଟେମ୍ବର ୬ରୁ ୧୨ ମଧ୍ୟରେ ଟିଟିଲାଗଡ଼ରୁ ଓ ଆସନ୍ତା ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ରାୟପୁରରୁ ବାତିଲ୍‌ ରହିବ। ଏଥିସହ ଦୁଇଟି ଟ୍ରେନ୍‌ ଆଂଶିକ ବାତିଲ୍‌ ହୋଇଥିବା ବେଳେ ୪ଟିର ମାର୍ଗ ପରିବର୍ତନ ଓ ୯ଟିର ସମୟ ପରବର୍ତନ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୭ ତାରିଖରୁ ୯ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା, ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ....

Tue Sep 6 , 2022
ଭୁବନେଶ୍ୱର ୦୬।୦୯ :ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାଇ, ଆସନ୍ତା ୭ ତାରିଖରୁ ୯ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଆସନ୍ତା କାଲି ଅର୍ଥାତ ୭ ତାରିଖ ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ […]

You May Like

Pin It on Pinterest