ଆଜିର ଖାସ୍ ଖବର

୧-କମିବାର ନାଁ ନେଉନି କରୋନା: ସଂକ୍ରମିତ ସଂଖ୍ୟାରେ ଚୀନ୍‌କୁ ଟପିଲା ଆମେରିକା, ଇଟାଲୀରେ ମଡକ, ବିଶ୍ବରେ ମୃତ୍ୟୁ ସଂଖ୍ୟା ୨୪ ହଜାର ୮୭୫।

୨-ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍: ତିନି ମାସର ଆଗୁଆ ରାସନ, ବୃଦ୍ଧ- ବିଧବା, ଦିବ୍ୟାଙ୍ଗଙ୍କୁ ଭତ୍ତା ଓ ଶ୍ରମିକଙ୍କୁ ଆର୍ଥିକ ସହାୟତା।

୩-ବେଙ୍ଗାଲୁରୁ :୧୦ ମାସର ଶିଶୁ କରୋନା ସଂକ୍ରମିତ, କ୍ଵାରେଣ୍ଟାଇନରେ ଗୋଟିଏ ପରିବାରର ୬ ଜଣ।

୪-ଡ୍ରିମ୍ସ କ୍ୟାମ୍ପସରେ ଯୁଦ୍ଧକାଳୀନ ଭିତ୍ତିରେ ‘କରୋନା’ ମୁକାବିଲା ପାଇଁ ପୁଣି ୬୦୦ ବେଡ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରାଯିବ।

୫-ଇରାନରେ କରୋନା ଚିକିତ୍ସା ନାଁରେ ଲୋକେ ପିଇଲେ ବିଷାକ୍ତ ମଦ, ୩୦୦ ମୃତ୍ୟୁ।

୬-କରୋନା ଯୋଗୁଁ ଅନାହାରରେ ବଞ୍ଚୁଛନ୍ତି ବୁଲା କୁକୁର, ଗୋରୁ ଓ ମାଙ୍କଡ, ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଆଗେଇ ଆସିଲେ ଡ.ଅଚ୍ୟୁତ ସାମନ୍ତ।

୭-ଇଏମ୍‌ଆଇ ପଇଠ ସମୟ ସୀମା ଘୁଞ୍ଚାଇବା ପାଇଁ ପରାମର୍ଶ ରକ୍ଷା କରିଥିବାରୁ RBI ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଡ.ଅଚ୍ୟୁତ ସାମନ୍ତ।

୮-କରୋନା ସଂକ୍ରମିତଙ୍କ ତଥ୍ୟ ଲୁଚାଇ ନିଲମ୍ବିତ ହେଲେ ବିଧାନସଭା ଡାକ୍ତର ଲଳିତ ବେହେରା।

୯-ମହାମାରୀ କରୋନା କବଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ।

୧୦-ଖରାର ପ୍ରକୋପରୁ ମିଳିବନି ନିସ୍ତାର, ୪୦ ଡିଗ୍ରି ପାର ହେବ ତାପମାତ୍ରା।

୧୧-କରୋନାରେ ଲମ୍ବା ଲଢାଇ ପାଇଁ RBI ପ୍ରସ୍ତୁତ।EMI ଆଦାୟ ପାଇଁ ୩ମାସ ମହଲତ, କମ୍ ସୁଧରେ ନୁଆ ଋଣ,ରେପୋ ହାର ୦.୭୫%କମିଲା।

୧୨-ଦେଶବାସୀଙ୍କୁ ପ୍ରସାରଣ ମନ୍ତ୍ରାଳୟର ଉପହାର, ଆଜି ଦିନ ୯ଟା ଓ ରାତି ୯ଟାରେ ଦୂରଦର୍ଶନରେ ପ୍ରସାରିତ ହେବ ରାମାନନ୍ଦ ସାଗରଙ୍କ ରାମାୟଣ।ଡିଡି ଭାରତୀରେ ଦିନ ୧୨ଟା ଓ ସଂଧ୍ୟା ୭ଟାରେ ପ୍ରସାରିତ ହେବ ମହାଭାରତ।

୧୩-ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ
ସହରର ଭିକାରୀ, ବେସାହାରା ଓ ବାସହରାଙ୍କୁ ମିଳିବ ମାଗଣା ରନ୍ଧା ଖାଦ୍ୟ।

୧୪-ପୁରୀ: ଗାଁ ଗାଁ ରେ ବାଡା,ବାହାର ଫେରନ୍ତାକୁ ପ୍ରବେଶ ମନା।

୧୫-କରୋନା ମୁକାବିଲା ପାଇଁ ଆଗେଇ ଆସିଲା ସେନା । ଆରମ୍ଭ ହେଲା ଅପରେସନ ନମସ୍ତେ, ଯବାନଙ୍କ ଛୁଟି ବାତିଲ । ସହାୟତା ପାଇଁ ବିଭିନ୍ନ କମାଣ୍ଡରେ ପ୍ରସ୍ତୁତ ହେଲା ହେଲ୍ପ ଲାଇନ ସେଣ୍ଟର ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Mar 29 , 2020
୧-କରୋନା ମୁକାବିଲା ନିମନ୍ତେ 500 କୋଟି ଟଙ୍କା ଅର୍ଥ ଘୋଷଣା କଲେ ଟାଟା ଗ୍ରୁପ ମୁଖ୍ୟ ରତନ ଟାଟା। ୨-ଆଜିଠୁ ଗାଁରେ ନିରାଶ୍ରୟ, ଦରିଦ୍ର‌୍ୟ ଓ ଅସୁସ୍ଥଙ୍କୁ ମାଗଣା ରନ୍ଧା ଖାଦ୍ୟ, ମିଲ୍ ପିଛା ଖର୍ଚ୍ଚ ଅଟକଳ ୩୦ ଟଙ୍କା। ୩-ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା, ଉଠା ଦୋକାନୀଙ୍କୁ ୩ହଜାର,୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ। ୪-ଦେଶରେ ଆଉ ଏକ ସାମାଜିକ ସଂକଟ:ପେଟ ବିକଳରେ ଘରକୁ ଫେରୁଛନ୍ତି […]

You May Like

Pin It on Pinterest