ଓଡିଶା ସୁଚନାଧିକାର ଅଭିଯାନ ର କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ମହାକାଳପଡ଼ା ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ିଘେରି କୁ ନେଇ ସାମ୍ବାଦିକ ସମ୍ମିଳନୀ

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ମହାକାଳପଡା ବ୍ଲକର ବେଆଇନ ଭାବେ ପ୍ରାୟ ୧୧୦୦ ଏକର ରୁ ଉର୍ଦ୍ଧ୍ବ ଜମିରେ ବେଆଇନ ଭାବେ ଚିଙ୍ଗୁଡ଼ି ଚାଷ ଚାଲିଥିଲା।ସ୍ବର୍ଗତ ସୂଚନା ଅଧିକାର କର୍ମୀ ରଞ୍ଜନ ଦାଶ ଲୋକୟୁକ୍ତ ଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଫାଲକନ୍ ମେରିଏନ୍ ଚିଙ୍ଗୁଡ଼ି ଚାଷ ବନ୍ଦ କରିଦେଇ ଥିବା ବେଳେ ଓଡିଶା ଆକୁଆ ନାମକ କମ୍ପାନୀ ର ଲିଜ ବାତିଲ ସହ ତୁରନ୍ତ ନିଜର ଆସବାସ ସାମଗ୍ରୀ ନେଇ ଜାଗା ଛାଡିବାକୁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ ।

ଏହି ସଫଳତା ହେଉଛି ସ୍ୱର୍ଗତ ରଞ୍ଜନ ଦାଶ ଙ୍କର ଗୋଟିଏ ବଡ଼ ସଫଳତା। କେନ୍ଦ୍ରାପଡା ଜିଲ୍ଲା ର ଭିତର କନିକାର ଜୈବ ବିବିଧତା ପାଇଁ ଏହା ଏକ ବଡ଼ ସଫଳତା । ଚିଙ୍ଗୁଡ଼ି ଚାଷ କରି ଜୈବ ବିବିଧତା ନଷ୍ଟ କରୁଥିବା କମ୍ପାନୀ ଙ୍କୁ ନିଜର ଜିନିଷ ପତ୍ର ଧରି ଯାଗା ଛାଡିବା ପାଇଁ ନୋଟିସ ପରେ ଆଜି ସାମ୍ବାଦିକସମ୍ମିଳନୀ ରେ ସୁଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଦେଲେ ସୁଚନା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନାଲ ନାହିଁ ହେଲେ ୩୦ ବର୍ଷ ହେଲା ଜଳକର ସାଜିଛି ଶୋବଳା ଗାଁ ଚାଷୀଙ୍କ ଦୁଃଖ...

Tue Sep 6 , 2022
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ୧୯୯୩ ମସିହାରେ ହେଲା ଚକବନ୍ଦୀ, ଚାଷଜମି କୁ ଜଳସେଚିତ ଜମି ରେ ପରିବର୍ତ୍ତନ କଲେ । ହେଲେ ୩୦ ବର୍ଷ ହେଲାଣି କେନାଲ ନାହିଁ । ହେଲେ ଜଳକର ଦେବାପାଇଁ ଆର ଆଇ ଙ୍କ ତାଗିଦ । ଦୀର୍ଘଦିନ ଧରି ନଦେବାରୁ ନୋଟିସ କରାଯାଉଛି କେନ୍ଦ୍ରାପଡା ତହସିଲ କାର୍ଯ୍ୟଳୟ ତରଫରୁ । ଜଳକର ସମସ୍ୟା ଙ୍କୁ ଗୋଗୁଆ ଆର ଆଇ ସର୍କଲ ଦୋବନ୍ଧା ରେଭେନ୍ୟୁ ର ସୋବଳା […]

You May Like

Pin It on Pinterest