
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଡ୍ରାଇଭରଙ୍କ ଉନ୍ମତ କାଣ୍ଡ,୩୦ ଫୁଟୁ ତଳକୁ ଖସିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଡ୍ରାଇଭର ମଦ ନିଶାରେ ୩୦ ଫୁଟୁ ତଳକୁ ଖସାଇଲେ ଆମ୍ବୁଲାନ୍ସ ଖବର ଅନୁଯାଇ, ଭଦ୍ରକ ଜିଲ୍ଲା ତିହିଡ଼ିରୁ ଚାନ୍ଦବାଲି ବାଂଶଡ଼ା ଅଭିମୁଖେ ଏକ ଶବ ନେବା ପାଇଁ ଆମ୍ବୁଲାନ୍ସ ଟି ଆସୁଥିବା ବେଳେ ନାଲୁଗୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ୩୦ ଫୁଟୁ ତଳକୁ ଖସି ପଡ଼ିଥିଲା।

ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଗାଡ଼ିରୁ ଡ୍ରାଇଭରଙ୍କୁ ଉଧାର କରିଥିଲେ। ତେବେ ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କଥା କହିଛନ୍ତି ସ୍ଥାନିୟ ଲୋକେ ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର।



