ପ୍ରକାଶ ପାଇଲା ନିଟ୍‌ ପରୀକ୍ଷା ରେଜଲ୍ଟ ୨୦୨୨…..

ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ । ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଏହି ପ୍ରବେଶିକା ପରୀକ୍ଷାରେ ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର ହୋଇଛନ୍ତି । ତନିସ୍କା ମୋଟ ୭୨୦ ମାର୍କରୁ ୭୧୫ ମାର୍କ ରଖିଛନ୍ତି । ସେହିପରି ୱତ୍‌ସା ଆଶିଶ ବାତ୍ରା ଦ୍ବିତୀୟ, ହୃଷିକେଶ ନାଗଭୂଷଣ ଗାଙ୍ଗୁଲେ ତୃତୀୟ ଏବଂ ଋଚା ପାୱଶେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ଚାରିଜଣ ପ୍ରାର୍ଥୀ ସମାନ ନମ୍ବର (୭୧୫) ରଖିଥିଲେ ମଧ୍ୟ ‘ନିଟ୍‌ ୨୦୨୨ ଟାଇ-ବ୍ରେକିଙ୍ଗ୍‌ ରୁଲ୍‌’ ଅନୁଯାୟୀ ସେମାନଙ୍କର ରାଙ୍କ୍‌ ପୃଥକ୍‌ ହୋଇଛି।

ପରୀକ୍ଷା ଦେଇଥିବା ୧୭,୬୪,୫୭୧ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୯,୯୩,୦୬୯ ବା ୫୬.୩% ପ୍ରାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ‘ନିଟ୍‌ ୟୁଜି ୨୦୨୨’ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ସଂଖ୍ୟା ୧.୩ ଲକ୍ଷ ଅଧିକ ଥିଲା ।

ଶ୍ରେଷ୍ଠ ୫୦ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୩୨ଜଣ ପୁଅ ଏବଂ ୧୮ଜଣ ଝିଅ। ତେବେ ଏହି ଶ୍ରେଷ୍ଠ ୫୦ ତାଲିକାରେ ସାମିଲ ହୋଇଛନ୍ତି ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ । ପ୍ରିୟ ସୋମଦତ୍ତ ନାୟକ ଓଡିଶାର ଟପ୍ପର ହୋଇଛନ୍ତି । ସେ ମୋଟ ୭୨୦ ମାର୍କରୁ ୭୦୫ ମାର୍କ ରଖିଛନ୍ତି । ସୋମଦତ୍ତଙ୍କ ୩୯ ନମ୍ବର ରାଙ୍କ ରହିଛି ।

ସେହିପରି ନିଟ୍‌ ୟୁଜି ପରୀକ୍ଷା ଦେଇଥିବା ଛାତ୍ରାଛାତ୍ରୀମାନେ ନିଟ୍‌ର ଅଫିସିଆଲ୍ ଓ୍ୱେବସାଇଟ୍‌କୁ ଯାଇ ନିଜ ନିଜର ରେଜଲ୍ଟ ଦେଖିପାରିବେ । ନିଟ୍‌ ପରୀକ୍ଷାର ଅଫିସିଆଲ୍‌ ଓ୍ୱେବସାଇଟ୍‌ ହେଉଛି https://neet.nta.nic.in । ରେଜଲ୍ଟ ଡାଉନ୍‌ଲୋଡ କରିବାକୁ ହେଲେ ଛାତ୍ରଛାତ୍ରୀମାନେ ନିଜର ଆପ୍ଲିକେସନ୍‌ ନମ୍ବର ଏବଂ ଜନ୍ମତାରିଖ ଦେଇ କରିପାରିବେ ।  

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ସଂଘର୍ଷ ସାମାନ୍ୟ କଥାକୁ ନେଇ ଛୁରାମାଡ଼...

Thu Sep 8 , 2022
ନମୋଗୁରୁ ହୋତା(ସୁବର୍ଣ୍ଣପୁର)୦୮/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ସଂଘର୍ଷ। ବିନିକା ନୂଆ ବଜାରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଛୁରାମାଡ଼ ହୋଇଥିବା ଖବର ମିଳିଛି । ଦୁଇ ଗୋଷ୍ଠୀରୁ ଜଣେ ଲେଖାଏଁ ଆହତ ହୋଇଛନ୍ତି । ସୁଚନା ଅନୁଯାଇ, ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଛି । ବିନିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି […]

You May Like

Pin It on Pinterest