
ନମୋଗୁରୁ ହୋତା(ସୁବର୍ଣ୍ଣପୁର)୦୮/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ସଂଘର୍ଷ। ବିନିକା ନୂଆ ବଜାରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଛୁରାମାଡ଼ ହୋଇଥିବା ଖବର ମିଳିଛି । ଦୁଇ ଗୋଷ୍ଠୀରୁ ଜଣେ ଲେଖାଏଁ ଆହତ ହୋଇଛନ୍ତି ।
ସୁଚନା ଅନୁଯାଇ, ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଛି । ବିନିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।



