ଆଜିର ଖାସ୍ ଖବର

୧-କରୋନା ମୁକାବିଲା ନିମନ୍ତେ 500 କୋଟି ଟଙ୍କା ଅର୍ଥ ଘୋଷଣା କଲେ ଟାଟା ଗ୍ରୁପ ମୁଖ୍ୟ ରତନ ଟାଟା।

୨-ଆଜିଠୁ ଗାଁରେ ନିରାଶ୍ରୟ, ଦରିଦ୍ର‌୍ୟ ଓ ଅସୁସ୍ଥଙ୍କୁ ମାଗଣା ରନ୍ଧା ଖାଦ୍ୟ, ମିଲ୍ ପିଛା ଖର୍ଚ୍ଚ ଅଟକଳ ୩୦ ଟଙ୍କା।

୩-ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା, ଉଠା ଦୋକାନୀଙ୍କୁ ୩ହଜାର,୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ।

୪-ଦେଶରେ ଆଉ ଏକ ସାମାଜିକ ସଂକଟ:ପେଟ ବିକଳରେ ଘରକୁ ଫେରୁଛନ୍ତି ଲକ୍ଷାଧିକ ପ୍ରବାସୀ,ଦେଶର ବିଭିନ୍ନ ରାଜ୍ୟରେ ଅଛନ୍ତି ୪୫କୋଟି ଶ୍ରମିକ।

୫-ଭୁବନେଶ୍ୱର:ଥାନାକୁ ନଯାଇ ଫୋନ୍‌ରେ କରିହେବ ଅଭିଯୋଗ – ଡିଜିପି ଅଭୟ।

୬-କରୋନା ସଂଗ୍ରାମରେ ଯୋଗୀଙ୍କ ବଡ ନିଷ୍ପତ୍ତି, ୟୁପି ଜେଲରୁ ମୁକ୍ତ ହେବେ ୧୧ ହଜାର ବନ୍ଦୀ।

୭-କରୋନା ପାଇଁ ରେଳ ବଗିରେ ହେଲା ବି ହେଲା ଆଇସୋଲେସନ ବ୍ୟବସ୍ଥା।

୮-ଦ୍ୱିତୀୟ ଦିନରେ KIIT ଓ KISS ପକ୍ଷରୁ ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ, ରାଜଧାନୀରେ ୩ ଶହଟି ସ୍ଥାନରେ ବୁଲା ଗୋରୁଗାଈ ଓ କୁକୁରଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଗଲା।

୯-କରୋନା ମୁକାବିଲା ନିମନ୍ତେ 25 କୋଟି ଟଙ୍କା ପ୍ରଦାନ କଲେ ଅକ୍ଷୟ କୁମାର, ଟ୍ୱିଟ କରି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ।

୧୦-ପ୍ରଥମରୁ ଅଷ୍ଟମ ସବୁ ପାସ୍।ଜୁନ ୧୫ରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ସ୍ଥିତି ସୁଧୁରିବା ପରେ ମାଟ୍ରିକ ମୂଲ୍ୟାୟନ ଓ +୨ ପରୀକ୍ଷା।

୧୧-ନୂଆଦିଲ୍ଲୀ: କରୋନା ପାଇଁ ସ୍ଥଗିତ ହେଲା NEET ପରୀକ୍ଷା।

୧୨-ଲକ୍‌ଡାଉନ୍‌ରେ ବିଦ୍ୟୁତ୍ ରିହାତି: ତିନି ମାସ ବିଲ୍ ନ ଦେଲେ ବି କନେକ୍ସନ କଟିବନି, ଫାଇନ୍ ପଡିବନି।

୧୩-ବିଦ୍ୟୁତ ବେଗରେ ଚାଲିଛି KIMS ହସ୍ପିଟାଲ Covid-19 ବିଭାଗର କାମ, ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ଫାଇଭ୍‌ ଟି ସଚିବ ଭି କେ ପାଣ୍ଡିଆନ୍‌।

୧୪-କରୋନା ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଲା ମାରୁତି ସୁଜୁକି, ଦେଶରେ ତିଆରି କରିବ ଭେଣ୍ଟିଲେଟର ଓ ମାସ୍କ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Mar 30 , 2020
୧-ଦେଶରେ ହଜାର ଟପିଲେ କରୋନା ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ହେଲା ୨୭। ୨ -କରୋନା ଭୟ, ଆଜି ଲୋକସଭା ଭବନ କନଭେସନ ହଲରେ ବସିବ ବିଧାନସଭାର ବ୍ୟୟ ମଞ୍ଜୁରୀ ବିଲ ଅଧିବେଶନ।ଏକ ତୃତୀୟାଂଶ ସଭ୍ୟଙ୍କୁ ନେଇ ଚାଲିବ ଗୃହ। ୩-ଭୁବନେଶ୍ବର : ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ପାଇଁ ନିଯୁକ୍ତ ହେଲେ ୧୧ ନୋଡ଼ାଲ ଅଧିକାରୀ । ୪ -ତତଲା କଡେଇ ପାଲଟିବ ଓଡ଼ିଶା, ବଢିବ ତାପମାତ୍ରା।ଆସନ୍ତା ୨ ତାରିଖ […]

You May Like

Pin It on Pinterest