୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ବ୍ରିଟେନ ମହାରାଣୀ ଏଲିଜାବେଥ -ଦ୍ବିତୀୟ

ବାସ୍ତବ ବ୍ୟୁରୋ : ପରଲୋକ ବ୍ରିଟେନ ମହାରାଣୀ ଏଲିଜାବେଥ (ଦ୍ବିତୀୟ) । ମହାରାଣୀ ଏଲିଜାବେଥ(ଦ୍ବିତୀୟ)ଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ବୁଧବାର ଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ପରେ ଡାକ୍ତରଙ୍କ କଡା ତତ୍ତ୍ୱାବଧାନରେ ତାଙ୍କୁ ରଖାଯାଇଥିଲା। ଗୁରୁବାର ତାଙ୍କ ମୃତ୍ୟୁ ଘୋଷଣା କରାଯାଇଥିଲା। ତାଙ୍କ ମୃତ୍ୟୁକୁ ନେଇ ବ୍ରିଟେନରେ ଜାତୀୟ ଶୋକ ଘୋଷଣା କରାଯାଇଛି ଏବଂ ଦେଶର ଜାତୀୟ ପତାକା ଅର୍ଧ ନିମିତ୍ତ କରାଯାଇଛି।

।ବ୍ରିଟେନ ରାଜତନ୍ତ୍ରରେ ସର୍ବାଧିକ ସମୟ ଶାସନରେ ରହିଥିବା ରାଣୀ ଏଲିଜାବେଥଙ୍କର ସ୍କଟ୍‌ଲାଣ୍ଡ୍‌ର ବାଲମୋରାଲ ମହଲରେ ପରଲୋକ ଘଟିଛି। ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା ଏବଂ ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍‌ର ସବୁ ଚେଷ୍ଟା ବିଫଳ ହୋଇଥିଲା।

୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ ଏବଂ ରାଷ୍ଟ୍ରର ସମୃଦ୍ଧି ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ରାଣୀ ଏଲିଜାବେଥଙ୍କ କାର୍ଯ୍ୟକାଳରେ ବହୁତ ବଡ଼ ଘଟଣାର ସାମ୍ନା କରିଛନ୍ତି। ଯୁଦ୍ଧ ପରବର୍ତ୍ତୀ ଆର୍ଥିକ ସ୍ଥିତିର ମୁକାବିଲାଠାରୁ ଆରମ୍ଭ କରି ସାମ୍ରାଜ୍ୟରୁ ରାଜ୍ୟଗୋଷ୍ଠୀକୁ ପରିବର୍ତ୍ତନ, ଶୀତଳ ଯୁଦ୍ଧର ସମାପ୍ତି ଏବଂ ୟୁରୋପୀୟ ୟୁନିଅନରେ ବ୍ରିଟେନର ପ୍ରବେଶ ଏବଂ ପ୍ରତ୍ୟାହାର ପର୍ଯ୍ୟନ୍ତ ସବୁକିଛି ରାଣୀଙ୍କ ଶାସନ କାଳରେ ଘଟିଥିଲା। ସେ ବ୍ରିଟେନର ଦୀର୍ଘତମ ରାଜକୀୟ ପରିବାରର ସଦସ୍ୟ ଥିଲେ। ଶେଷ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ଶୁକ୍ରବାର ଦିନ ଲଣ୍ଡନ ନିଆଯିବ। ୨୧ ଏପ୍ରିଲ ୧୯୨୬ ରେ ରାଣୀ ଏଲିଜାବେଥ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ |

ମହାରାଣୀଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ପୁଅ ଚାର୍ଲ୍ସ (ୱେଲ୍ସର ପୂର୍ବତନ ପ୍ରିନ୍ସ)ଙ୍କୁ ନୂତନ ରାଜା ଘୋଷଣା କରାଯାଇଛି। ଏନେଇ ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା - ୧୦ ଓ ୧୧ ତାରିଖରେ ଲଘୁଚାପର ପ୍ରଭାବ ସର୍ବାଧିକ ରହିବ ୧୨ ତାରିଖ ଯାଏ ବର୍ଷିବ...

Fri Sep 9 , 2022
ଭୁବନେଶ୍ବର :ଆଂଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାଇ, ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପବଳୟ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ‌ରେ ଘନୀଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର‌ ଅଞ୍ଚଳ ଉପରେ ରହିବ। ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ଆରମ୍ଭ ହେବ। ୧୦ ଓ […]

You May Like

Pin It on Pinterest