ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା – ୧୦ ଓ ୧୧ ତାରିଖରେ ଲଘୁଚାପର ପ୍ରଭାବ ସର୍ବାଧିକ ରହିବ ୧୨ ତାରିଖ ଯାଏ ବର୍ଷିବ…

ଭୁବନେଶ୍ବର :ଆଂଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାଇ, ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପବଳୟ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ‌ରେ ଘନୀଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର‌ ଅଞ୍ଚଳ ଉପରେ ରହିବ। ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ଆରମ୍ଭ ହେବ। ୧୦ ଓ ୧୧ ତାରିଖରେ ଲଘୁଚାପର ପ୍ରଭାବ ସର୍ବାଧିକ ରହିବ ।ରାଜ୍ୟରେ ୧୨ ତାରିଖ ଯାଏ ବର୍ଷା ଜାରି ରହିବ ।

ଆଜି ଲଘୁଚାପ ପ୍ରଭାବରେ କୋରାପୁଟ, କନ୍ଧମାଳ, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ କଳାହାଣ୍ଡି, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ୧୦ ତାରିଖରୁ ଲଘୁଚାପର ପ୍ରଭାବ ବଢ଼ିବା ସହ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ସେହିଭଳି ୧୧ ତାରିଖ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ୧୨ ତାରିଖ ଯାଏ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗୁରୁବାର ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ଲଘୁଚାପଟି ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସା‌ଗର‌ରେ ରହିଥିଲା। କ୍ରମଶଃ ଅଧିକ ଘନୀଭୂତ ହୋଇ ଓଡ଼ିଶା ଉପକୂଳକୁ ଆସିବ। ୧୧ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ (ଗୋପାଳପୁରରୁ ପାରାଦୀପ) କିମ୍ବା ସଂଲଗ୍ନ ଉତ୍ତର ଉପକୂଳ ଦେଇ ଆଭ୍ୟନ୍ତର ଓଡ଼ିଶାକୁ ଯିବ। ଏହା ପ୍ରଭାବରେ ୯ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲାଲବାଗ ଥାନା ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଏଟିଏମ୍ କାଉଣ୍ଟର ସମ୍ମୁଖରୁ ଏକ ମୋଟରସାଇକେଲକୁ ସନ୍ଦେହ ରେ ପୋଲିସ୍ ଜବତ୍ କରିଛି...

Fri Sep 9 , 2022
ସଂଜୟ ଶତପଥୀ(କଟକ):୦୯/୦୯/୨୦୨୨-ଆଜି ରାତ୍ରି ଘ ୦୯/୪୫ ମିନିଟ୍ ସମୟରେ କଟକର ଲାଲବାଗ ଥାନା ଅଧୀନରେ ଥିବା ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ମୂଖ୍ଯ କାର୍ଯ୍ଯାଳୟର ଏଟିଏମ୍ କାଉଣ୍ଟର ସମ୍ମୁଖରୁ ଏକ ମୋଟରସାଇକେଲ କୁ ଲାଲବାଗ ଥାନା ପୋଲିସ୍ ଜବତ୍ କରିବା ସହ ଗାଡିଚାଳକ କଟକ ନିମଚୌଡି ଅଂଚଳର ଏକ ଯୁବକକୁ ଥାନାକୁ ନେଇ ପଚରାଉଚରା କରୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ ଜବତ ମୋଟରସାଇକେଲ ର ଆଗ ଓ ପଛ ନମ୍ବର […]

You May Like

Pin It on Pinterest