
ସଂଜୟ ଶତପଥୀ(କଟକ):୦୯/୦୯/୨୦୨୨-ଆଜି ରାତ୍ରି ଘ ୦୯/୪୫ ମିନିଟ୍ ସମୟରେ କଟକର ଲାଲବାଗ ଥାନା ଅଧୀନରେ ଥିବା ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ମୂଖ୍ଯ କାର୍ଯ୍ଯାଳୟର ଏଟିଏମ୍ କାଉଣ୍ଟର ସମ୍ମୁଖରୁ ଏକ ମୋଟରସାଇକେଲ କୁ ଲାଲବାଗ ଥାନା ପୋଲିସ୍ ଜବତ୍ କରିବା ସହ ଗାଡିଚାଳକ କଟକ ନିମଚୌଡି ଅଂଚଳର ଏକ ଯୁବକକୁ ଥାନାକୁ ନେଇ ପଚରାଉଚରା କରୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ ଜବତ ମୋଟରସାଇକେଲ ର ଆଗ ଓ ପଛ ନମ୍ବର ପ୍ଲେଟ୍ ଉପରେ ଏକ ସାଧାକାଗଜ ଅଠା ଦ୍ବାରା ଲଗାଇ ଗାଡିର ନମ୍ବର କୁ ଲୁଚାଯାଇଥୂବା ଏବଂ ଏହା ଚୋରିଗାଡି ବୋଲି ସନ୍ଦେହ କରି ଲାଲବାଗ ପୋଲିସ୍ ଏହି ପଦକ୍ଷେପ ନେବା ପ୍ରଶଂସାଯୋଗ୍ଯ ବୋଲି ଉପସ୍ଥିତ ଜନସାଧାରଣ ମତଦେବା ସହ ଥାନାଧିକାରୀ ଶ୍ରୀ ରବିନାରାୟଣ ଭଞ୍ଜ ଙ୍କୁ ଅନେକ ଅନେକ ଧନ୍ଯବାଦ ପ୍ରଦାନ କରିଛନ୍ତି।



