
ସଞ୍ଜୟ ଶତପଥୀ(କଟକ) ୧୦/୦୯: କଟକ କ୍ଳବର ସୁଇମିଂ ପୁଲରେ ଅଘଟଣ । NCC କ୍ୟାମ୍ପ ପାଇଁ ଚାଲିଥିବା ସନ୍ତରଣ ପ୍ରଶିକ୍ଷଣ ବେଳେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି । ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର୍ ଦାସ । ସେ NSM ସିଟି କଲେଜର ଛାତ୍ର ହୋଇଥିବା ବେଳେ ତାଙ୍କ ଘର ରାଜାବଗିଚା ଅଞ୍ଚଳରେ ବୋଲି ସୂଚନା ମିଳିଛି । ତାଙ୍କୁ ଉଦ୍ଧାର କରି ସିଟି ହସ୍ପିଟାଲ୍ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିବା ସହ ପୋଷ୍ଟମଟମ ପାଇଁ ପଠା ଯାଇଛି ।

ସୂଚନା ଅନୁଯାଇ କଟକ କ୍ଲବ୍ରେ ଏନସିସି ନାଭାଲ ଓ୍ବିଙ୍ଗର ଟ୍ରେନିଂ ଚାଲିଥିଲା । ଏହି ସମୟରେ ଏପରି ଅଭାବନୀୟ ଘଟଣା ଘଟଥିଲା । ଏହାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ, ଟ୍ରେନ୍ରଙ୍କୁ ଛାତ୍ର ମାନେ ଅଟକ ରଖିଛନ୍ତି ।



