ନକଲି ଔଷଧ ମାମଲା ନେଇ କଟକର ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ,କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି…

ସଞ୍ଜୟ ଶତପଥୀ(କଟକ): କଟକ ସହରରେ ନକଲି ଔଷଧ ମାମଲା ନେଇ ପୁରୀଘାଟ ଥାନାରେ ଏତଲା ପରେ,ଡିଷ୍ଟ୍ରିବ୍ୟୁଟର ଭି.ଆର୍ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍‌ ନାମକ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି । କଟକ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏହି ସଦସ୍ୟ ପଦ ରଦ୍ଦ କରିଛି। ଏହା ସହ ସଂଘ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସେହିପରି କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ବିହାରର ଗୟା ଏବଂ ବେଙ୍ଗାଲୁରୁ ଯାଇ ଘଟଣାର ଅଧିକ ତଦନ୍ତ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ।

ପୂର୍ବରୁ ବଜାରରେ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ବିକ୍ରି ହେଉଥିବା ଉଚ୍ଚ ରକ୍ତଚାପ ଔଷଧ ନକଲି ବୋଲି ସ୍ପଷ୍ଟ ହୋଇଛି। ଏଭଳି ବ୍ୟାଚ୍‌ର ଔଷଧ ତିଆରି କରିନି ବୋଲି ଗ୍ଲେନ୍‌ମାର୍କ କମ୍ପାନି ଲିଖିତ ଭାବେ ସ୍ପଷ୍ଟ କରିବା ପରେ କଟକ ଜିଲ୍ଲା ଡ୍ରଗ୍‌ସ ଇନ୍ସପେକ୍ଟର ମାଣିକଘୋଷ ବଜାରସ୍ଥିତ ଭିଆର ଡ୍ରଗ୍‌ ଏଜେନ୍ସି ଓ ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜେସ୍‌ର ୪ଜଣଙ୍କ ନାମରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି। ଏଥିସହ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ମଧ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି।

ଭିଆର ଡ୍ରଗ୍‌ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ୍ ଓ ତାଙ୍କ ପୁଅ ରାହୁଲ କୁମାର କ୍ୟାଲ୍‌ଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଯାଉଁଳିଆପଟି ପୂଜା ଏଣ୍ଟରପ୍ରାଇଜେସ୍‌ର ମାଲିକ ସଞ୍ଜୟ ଜଲାନ୍‌ ଓ ତାଙ୍କ ପତ୍ନୀ ଚଞ୍ଚଲ ଜଲାନ୍‌ଙ୍କ ନାମରେ ପୁରୀଘାଟ ଥାନା ପୁଲିସ ମାମଲା ରୁଜୁ କରିଛି। ଡ୍ରଗ୍ସ କଂଟ୍ରୋଲ ବିଭାଗର ସ୍ବତନ୍ତ୍ର ୪ ଜଣିଆ ଟିମ୍‌ ପୁଲିସ ସହିତ ଏହି ଘଟଣାର ଅଧିକ ତଦନ୍ତ ପାଇଁ ପାଟଣା, ରାଞ୍ଚି, ବେଙ୍ଗାଲୁରୁ ଓ କର୍ଣ୍ଣାଟକ ଆଦି ସ୍ଥାନକୁ ଯିବେ ବୋଲି ଜଣାପଡିଛି। ଆସିଷ୍ଟାଣ୍ଟ ଡ୍ରଗ୍ସ କଂଟ୍ରୋଲର ଧର୍ମଦେବ ପୁହାଣ, ଡ୍ରଗ୍ସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ, ଭୁବନେଶ୍ବରର ଇନ୍ସପେକ୍ଟର ସୁଦର୍ଶନ ବିଶ୍ବାଳ, ଚନ୍ଦନ ଗିରି ପ୍ରମୁଖ ରାଜ୍ୟ ବାହାରକୁ ଘଟଣାର ଅଧିକ ତଦନ୍ତ ପାଇଁ ଯିବେ। ଏଥିସହ ଉଭୟ ଏଜେନ୍ସିର ଲାଇସେନ୍ସକୁ ଡ୍ରଗ୍ସ କଂଟ୍ରୋଲ ବିଭାଗ ବାତିଲ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜିଲ୍ଲାର ସାମଗ୍ରୀକ ବିକାଶ ରେ ସାମ୍ବାଦିକଙ୍କ ସହ-ଭାଗୀତା ଶୀର୍ଷକ ଆଲୋଚନାଚକ୍ର....

Sun Sep 11 , 2022
ଦୀପକ ସାହୁ(କଳାହାଣ୍ଡି):କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଠାରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶରେ ସାମ୍ବାଦିକଙ୍କ ସହଭାଗିତା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଏମ୍‌.ସି.ଢେଙ୍କାନାଳର ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ବିକାଶରେ ସାମ୍ବାଦିକଙ୍କ ସହ-ଭାଗୀତା ସହ କିଭଳି ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକ ମାନେ କାର୍ଯ୍ୟକରିବେ, ସେ ଦିଗରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ […]

You May Like

Pin It on Pinterest