କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜିଲ୍ଲାର ସାମଗ୍ରୀକ ବିକାଶ ରେ ସାମ୍ବାଦିକଙ୍କ ସହ-ଭାଗୀତା ଶୀର୍ଷକ ଆଲୋଚନାଚକ୍ର….


ଦୀପକ ସାହୁ(କଳାହାଣ୍ଡି):କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଠାରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶରେ ସାମ୍ବାଦିକଙ୍କ ସହଭାଗିତା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଏମ୍‌.ସି.ଢେଙ୍କାନାଳର ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ବିକାଶରେ ସାମ୍ବାଦିକଙ୍କ ସହ-ଭାଗୀତା ସହ କିଭଳି ଜିଲ୍ଲାର ବିକାଶ ପାଇଁ ସାମ୍ବାଦିକ ମାନେ କାର୍ଯ୍ୟକରିବେ, ସେ ଦିଗରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହାସହ ସାମ୍ବାଦିକତା ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବା ସହିତ ସାମାଜିକ, ଅର୍ଥନୈତିକ, ଶୈକ୍ଷିକ, ବୌଦ୍ଧିକ ତଥା ସାଂସ୍କୃତିକ ବିକାଶ ଏବଂ ସେସବୁର ସଂରକ୍ଷଣ ଦିଗରେ ଉଭୟ ଜନସାଧାରଣ ଏବଂ ପ୍ରଶାସନିକ କଳକୁ ଦିଗ୍‌ଦର୍ଶନ ପ୍ରଦାନ କରିବାରେ ବ୍ରତୀ ହେବା ଆବଶ୍ୟକ । ଏହା ସାମ୍ବାଦିକତାର କର୍ତବ୍ୟ । ତୃଣମୂଳ ସ୍ତରରେ ସ୍ଥିତି ଓ ସୁଯୋଗର ସନ୍ଧାନ କରି ସାମ୍ବାଦିକତା ସମାଜକୁ ବିକାଶ ପଥରେ ଆଗକୁ ନେଇପାରେ ।

ସରକାରଙ୍କ ନୀତି ଓ ଯୋଜନା ସଂପର୍କରେ ଲୋକମାନଙ୍କୁ ଜଣାଇବା ସହିତ ଲୋକମାନଙ୍କ ଆବଶ୍ୟକତାକୁ ସଠିକ୍ ଭାବେ ଉପସ୍ଥାପନ କରି ସାମ୍ବାଦିକତା ଏକ ଯୋଗସୂତ୍ର ଭାବେ କାମ କରିପାରେ । ଏଥିପାଇଁସାମ୍ବାଦିକମାନେ ଉନ୍ନୟନମୁଖୀ ହେବାର ଆବଶ୍ୟକତା ରହିଛି । ଦୋଷତୃଟି ଦେଖିବା ଓ ଦେଖାଇବା ସହିତ ଉନ୍ନୟନ ବାଟ ଏବଂ ଉପାୟ ଦେଖାଇବା ସାମ୍ବାଦିକତାର କାମ । ଏହା ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ ନିଜ ଆଲୋଚନାରେ ପ୍ରକାଶ କରିଥିଲେ ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାମ୍ବାଦିକମାନେ ନିଜସ୍ବ ମତ ଉପସ୍ଥାପନ କରିବା ପରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ରାହାସବିହାରୀ ବେହେରା ସ୍ଥାନୀୟ ସାମ୍ବାଦିକଙ୍କର ପ୍ରତିନିଧିତ୍ବ କରି ଆଲୋଚନାଚକ୍ରର ସାରାଂଶ କହିଥିଲେ ।
ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲାରୁ ଶତାଧିକ ସାମ୍ବାଦିକ ଏବଂ ବୁଦ୍ଧିଜୀବି ଅଂଶ ଗ୍ରହଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅନ୍ତଃରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ ରାଉରକେଲାରୁ ଗିରଫ, ୧୬ ଲକ୍ଷ ୧୧ ହଜାର ଟଙ୍କା ଜାଲ ନୋଟ ଜବତ...

Sun Sep 11 , 2022
ରାଉରକେଲା: ଅନ୍ତଃରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ ରାଉରକେଲାରୁ ଗିରଫ ।ଗିରଫ ଶେଖ ଅହମ୍ମଦ ଠାରୁ ୧୬ ଲକ୍ଷ ୧୧ ହଜାର ଟଙ୍କା ଜାଲ ନୋଟ ଜବତ । ରାଜ୍ୟ ଏସ ଟି ଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୁଲିସ ସହାୟତାରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ର ସି- ୨୩୧ ନମ୍ବର କ୍ୱାର୍ଟରରୁ ଗିରଫ କରିଛି। ଏହାଛଡା ଲାପଟପ, କଲର ପ୍ରିଣ୍ଟର […]

You May Like

Pin It on Pinterest