
ରାଉରକେଲା: ଅନ୍ତଃରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ ରାଉରକେଲାରୁ ଗିରଫ ।ଗିରଫ ଶେଖ ଅହମ୍ମଦ ଠାରୁ ୧୬ ଲକ୍ଷ ୧୧ ହଜାର ଟଙ୍କା ଜାଲ ନୋଟ ଜବତ । ରାଜ୍ୟ ଏସ ଟି ଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୁଲିସ ସହାୟତାରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ର ସି- ୨୩୧ ନମ୍ବର କ୍ୱାର୍ଟରରୁ ଗିରଫ କରିଛି। ଏହାଛଡା ଲାପଟପ, କଲର ପ୍ରିଣ୍ଟର ଏବଂ ଜାଲ ନୋଟ ଛପାଇବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ଗିରଫ ଶେଖ ଅହମ୍ମଦ ଦିଲ୍ଲୀ ବଦରପୁର ଥାନା ଅଞ୍ଚଳର ନିବାସୀ,ସେ ରାଉରକେଲାରେ ରହି ବହୁଦିନ ହେଲା ଜାଲ ନୋଟ କାରବାର କରୁଥିବା ସୂଚନା ଷ୍ଟେଟ ଟାସ୍କ ଫୋର୍ସ ପାଇବା ପରେ ଏହି ଚଢ଼ଉ କରାଯାଇଥିଲା। ଶେଖ ରାଉରକେଲାରେ ଜାଲ ନୋଟ ଛପାଉଥିଲା କି ନାହିଁ ତାହା ପୁଲିସ ତଦନ୍ତ କରୁଛି । ଏ ବାବଦରେ ୧୫ ନମ୍ବର ସେକ୍ଟର ଥାନାରେ ଏକ ମାମଲା ରଜ୍ଜୁ ହୋଇଛି। ଅଧିକ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁଏସ ଟି ଏଫ ରାଜ୍ୟରେ ୨୯ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଥିଲେ ।



