ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ନକଲି ଔଷଧ କାରବାର ମାମଲାର ୨ ଅଭିଯୁକ୍ତ…

ସଞ୍ଜୟ ଶତପଥୀ(କଟକ):ନକଲି ଔଷଧ କାରବାର ମାମଲାରେ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ । ନକଲି ମେଡିସିନ କାରବାର ମାମଲାରେ ସେମାନଙ୍କୁ ପଚରାଉଚରା କରାଯିବ । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । କଟକ ଡିସିପି ସୂଚନା ଅନୁଯାଇ, ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ ।

କଟକରେ ଜବତ ହୋଇଥିବା ଟେଲମା-୪୦ ଓ ଟେଲମା-ଏଏମ୍ ଔଷଧ ନକଲି ବୋଲି ଜଣାପଡିବା ପରେ ଡ୍ରଗ୍ଧ କଣ୍ଟ୍ରୋଲର ଅଫିସର ଅଧିକାରୀମାନେ ଏ ନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି । ନକଲି ଔଷଧକୁ ବଜାରକୁ କେମିତି ଆସିଲା, ତାର ଚେର ଖୋଜିବା ପାଇଁ ପୁଲିସ୍ ଟିମ୍ ଗୟା ଓ ବେଙ୍ଗାଲୁରୁ ଯିବ ବୋଲି ଜଣାପଡ଼ିଛି । ସେହିପରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ମେଡିସିନ ବିକ୍ରେତା ସଂଘ ଦାବି କରିଛି । ଅପରପକ୍ଷରେ ଡାକ୍ତର କହିଛନ୍ତି ଯେ, ନକଲି ଟେଲମା-୪୦ ଓ ଟେଲମା-ଏଏମ୍ ଖାଇଲେ କିଡନୀ ଓ ହାର୍ଟ ସମସ୍ୟା ଦେଖା ଦେବାର ଆଶଙ୍କା ଅଧିକ ରହିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଶ୍ଚିମ କଟକ ଶ୍ରୀମଦ୍ ଭାଗବତ ପୁନଃଉଦ୍ଧାର କମିଟି ପକ୍ଷରୁ କଟକର ଚାନ୍ଦିନୀଚୌକ ଠାରେ ଶ୍ରୀମଦ୍ ଭାଗବତ ମେଲଣ...

Tue Sep 13 , 2022
ସଂଜୟ ସତପଥୀ(କଟକ):ସଂପ୍ରତି ପାଶ୍ଚାତ୍ୟ ସଭ୍ଯତାର ମାନ ବର୍ତ୍ତମାନ ର ଯୁବପୀଢିଙ୍କୁ ଆକର୍ଷିତ କରୁଥିବା ବେଳେ ସେମାନଙ୍କୁ ସେହି ଅପସଂସ୍କୁୃତିରୁ ବିରତ କରାଇବା ଓ ବିଶ୍ବର ଶ୍ରେଷ୍ଠ ଧର୍ମ ସନାତନ ଧର୍ମ ଓ ଶ୍ରେଷ୍ଠ ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ କରିବାର ଅଭିଳାଷ ନେଇ ଆଜି ପଶ୍ଚିମ କଟକ ଶ୍ରୀମଦ୍ ଭାଗବତ ପୁନଃଉଦ୍ଧାର କମିଟି ପକ୍ଷରୁ କଟକର ଚାନ୍ଦିନୀଚୌକଠାରେ ଶ୍ରୀମଦ୍ ଭାଗବତ ମେଲଣ ର ଆୟୋଜନ କରାଯାଇଥିଲା। ଏହି ମେଲଣ […]

You May Like

Pin It on Pinterest