ଅସହାୟକ ଦିବାକର ମଳିକ ପରିବାରକୁ ସହାୟତାର ହାତ ବଢାଇଲା “ହେଲ୍ପ ମି ଫାଉଣ୍ଡେସନ”…

ଜୟନ୍ତ ଶତପଥୀ(ଡେରାବିଶ):ଗତ ଜୁଲାଇ ମାସ ୧୯ ତାରିଖ ଦିନ ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଗଣେଷ ପୁର ଗ୍ରାମର ଦିବାକର ମଳିକ ବିଲରେ ଚାଷ କାର୍ଯ୍ୟ କରୁଥିବା ସମୟରେ ବଜ୍ରାଘାତ ରେ ମୃତୁବରଣ କରିଥିଲେ । ବହୁତ କଷ୍ଟରେ ଗ୍ରାମର ଲୋକମାନେ ମାଗିଯାଚି ଶୁଦ୍ଧିକ୍ରିୟା କରିଥିଲେ, ଘରେ ଏକମାତ୍ର ରୋଜଗାରୀଆ ପୁଅ ଚାଲିଗଲା ପରେ ଅଶି ବର୍ଷୀୟା ବୃଦ୍ଧା ମା, ସ୍ତ୍ରୀ, ଓ ନାବାଳିକା ଝିଅ, କିଏ କରିବ ଘରର ପ୍ରତିପୋଷଣ।

ଝିଅ ଟି ଜଣେ ମେଧାବୀ ଛାତ୍ରୀ.+୨ ରେ ପ୍ରଥମ ଶ୍ରେଣୀରେ ଉତ୍ରୀଣ୍ଣ ହୋଇଛି, +୩ରେ ନାମଲେଖା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ମଳିକ, ଚାନ୍ଦୋଳ ପଞ୍ଚାୟତ ବି ଜେ ଡି ସଭାପତି ଦେବରାଜ ମହାପତ୍ର ଙ୍କ ସହଯୋଗରେ ନାମଲେଖା କରାଯାଇଛି ।

ଏହି ଖବର ପାଇବାପରେ “ହେଲ୍ପ ମି ଫାଉଣ୍ଡେସ”ନଦାନପୁର ର ସଦସ୍ୟ ମାନେ ସ୍ବର୍ଗତ ଦିବାକରଙ୍କ ଘରେ ପହଁଞ୍ଚି କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଓ ଆଗକୁ କୌଣସି ଅସୁବିଧା ହେଲେ ଆମକୁ ଜଣାଇବାକୁ କହିଥିଲେ , ଏହିଭଳି କାର୍ଯ୍ୟକୁ ସାଧାରଣ ଲୋକ ଓ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରେଭେନ୍ସା ବିଶ୍ବବିଦ୍ୟାଳୟର କୃତି ଛାତ୍ରୀ ସୁଶ୍ରୀ ବର୍ଷା ବୈଶାଳୀଙ୍କୁ ୨୦୨୧ ଶିକ୍ଷାବର୍ଷର ଦର୍ଶନ ଶାସ୍ତ୍ରରେ ସର୍ବୋଚ୍ଚ ନମ୍ବର ପାଇଁ ସ୍ୱର୍ଣ୍ଣ ପଦକ...

Tue Sep 13 , 2022
କଟକ(ବାସ୍ତବବ୍ୟୁରୋ): ଓଡିଶାର ପ୍ରତିଷ୍ଠିତ ତଥା ରାଜ୍ୟର ସର୍ବ ପୁରାତନ ଦେଶର ଖ୍ୟାତନାମା ବିଶ୍ଵବିଦ୍ୟାଳୟ ରେଭେନ୍ସା ବିଶ୍ୱବିଦ୍ୟାଳୟର ୨୦୨୧ ପରୀକ୍ଷାରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ବିଭିନ୍ନ ବିଭାଗର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ପଦକ ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏହି ପରିପେକ୍ଷୀର ସ୍ନାତକ କଳା(ଦର୍ଶନ) -୨୦୨୧ପରୀକ୍ଷା ରେ ଦର୍ଶନଶାସ୍ତ୍ର ବିଭାଗରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ସୁଶ୍ରୀ ବର୍ଷା ବୈଶାଳୀ ଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟର […]

You May Like

Pin It on Pinterest