୧-ଏପ୍ରିଲ ୯ ସୁଦ୍ଧା ସରକାରୀ କର୍ମଚାରୀ ଙ୍କୁ ଦରମା ଏବଂ ପେନସନ ଦେବାକୁ ସବୁ ଟ୍ରେଜେରୀ କୁ ନିର୍ଦେଶ।
୨ -ସମ୍ପ୍ରତି ଜରୁରୀକାଳୀନ କାର୍ଯ୍ୟ ରେ ନିୟୋଜିତ ବ୍ୟକ୍ତି ଙ୍କ ବୀମା କରିବାକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ସରକାର ଙ୍କୁ ଦେଲେ ପ୍ରସ୍ତାବ।
୩ -ଭୁବନେଶ୍ୱର ରେ ନକଲି ସାନିଟାଇଜର କାରଖାନା ଠାବ, ସାମଗ୍ରୀ ଜବତ। କଳାହାଣ୍ଡି ରେ ବିପୁଳ ବିଦେଶୀ ମଦ ଜବତ କରି ନାମୀ ହୋଟେଲ ମାଲିକ ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ।
୪-ବ୍ୟୟ ମଞ୍ଜୁରୀ ବିଲ ପାସ ପରେ ଅନିର୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ।
୫ -କରୋନା ରୁ ସୁସ୍ଥ ହେଇ ଘରକୁ ଫେରିବା ବେଳେ ଘଣ୍ଟ ଶଙ୍ଖ ରେ ମହିଳା ଙ୍କୁ ସ୍ୱାଗତ କଲେ ଲୋକେ। ଅହମଦାବାଦ ର ଘଟଣା।
୬-ସର୍ବଦଳୀୟ ବୈଠକ ଡାକି କରୋନା ମୁକାବିଲା ର ରୋଡ଼ ମ୍ୟାପ ପ୍ରସ୍ତୁତ କରିବାକୁ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଦେଲେ ମତ।

୭ -ୟୁପି ବରେଲି ରେ ବିଶୋଧନ ନାଁ ରେ ଶ୍ରମିକଙ୍କ ଉପରେ କେମିକାଲ ସ୍ପ୍ରେ କରାଯିବା ଘଟଣା କୁ ସବୁ ମହଲ ରେ ନିନ୍ଦା।
୮-କରୋନା ସଂକ୍ରମିତ ଙ୍କ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ଙ୍କୁ ସୁରକ୍ଷା ଉପକରଣ ଯୋଗାଇବାକୁ ସରକାର ଙ୍କୁ ହାଇକୋର୍ଟ ଙ୍କ ନିର୍ଦେଶ।
୯ -ଦୁଇ ପିଲା ଙ୍କୁ ଆଣ୍ଠେଇ ରାସ୍ତା ରେ ଚଳାଇବାରୁ ବଲାଙ୍ଗୀର ର ଦୁଇ କନେଷ୍ଟବଲ ନିଲମ୍ବିତ। ଚାନ୍ଦବାଲି ଅଞ୍ଚଳରେ ପୋଲିସ କୁ ପିଟି ଯୁବକ ଗିରଫ।
୧୦-ସ୍ୱତନ୍ତ୍ର କରୋନା ଡାକ୍ତରଖାନା ରେ ରୋଗୀ ଙ୍କୁ ମାଗଣା ରେ ଚିକିସ୍ଥା କରାଯିବାକୁ ରାଜ୍ୟ ସରକାର ଙ୍କ ନିଷ୍ପତ୍ତି।
୧୧-ଲକ ଡାଉନ କଟକଣା ଭାଙ୍ଗିବା ଲୋକଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ତଥା ଲୋକଙ୍କୁ ଭଲ ବ୍ୟବହାର ଦେବାକୁ ପୋଲିସ କର୍ମଚାରୀ ଙ୍କୁ ନିର୍ଦେଶ ଦେଲେ ପୋଲିସ ଡିଜି ଅଭୟ।
୧୨-ବୁର୍ଲା ଭୀମସାର ଡାକ୍ତର ସଙ୍ଘ ସରକାର ଙ୍କୁ ଦେଲେ ପରାମର୍ଶ – ଆମକୁ ୪ ମାସ ର ଆଗୁଆ ଦରମା ନୁହେଁ ଲୋକ ଙ୍କୁ ଭଲ ମାସ୍କ ଏବଂ କରୋନା ସଂକ୍ରମିତ ଙ୍କ ଚିକିସ୍ଥା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସୁରକ୍ଷା ସରଞ୍ଜାମ ଦିଅ- ସବୁ ମହଲ ରେ ପ୍ରଶଂସା।
