ଖଇର ପାଲି ଉନ୍ନୀତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଜ୍ଞାନ ମେଳା…

ବରଗଡ଼:-୧୪.୯(ନବୀନ ଦାଶ ବାସ୍ତବ ଟିଭି): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଖଇର ପାଲି ଉନ୍ନୀତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହାକୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମେହେର ଓ ସ୍କୁଲ ଚେୟାର ମେନ୍ ସୁଦାମ ଭୋଇ ଙ୍କ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ।

ଛାତ୍ରଛାତ୍ରୀ ମାନେ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଟ୍ଟନାୟକ ଏବଂ ଅଞ୍ଜଳି ପ୍ରଧାନ ଙ୍କ ସ୍ଵତନ୍ତ୍ର ତତ୍ତ୍ଵାବଧାନ ରେ ବିଭିନ୍ନ ପ୍ରକାର ର ପ୍ରକଳ୍ପ ଗୁଡ଼ିକ ପ୍ରଦର୍ଶନ କରିଥିଲେ।ବିଚାରକ ଭାବେ ମଳୟ ସାର୍ ଏବଂ ମୋତି ଲାଲ ରଣା ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ।ଆଗାମୀ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ରେ ଭାଗ ନେବା ପାଇଁ ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ଶ୍ରୀ ମନୋଜ କୁମାର ଭୋଇ,ସୌମ୍ୟ ସିଲା ରାଉତ,ନିଲିମା ସାହୁ,ରତ୍ନାକର ମହାପାତ୍ର ପ୍ରମୁଖ ସକ୍ରିୟ ସହଯୋଗ ରହିଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ,୧୮ରୁ ୨୧ ପ୍ରବଳ ବର୍ଷା...

Fri Sep 16 , 2022
ଭୁବନେଶ୍ୱର ୧୬/୦୯: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ ଅନୁଯାଇ, ଆସନ୍ତା ୧୮ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ।ଏହି ଲଘୁଚାପ ପ୍ରଭାବରେ ୧୮ରୁ ୨୧ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏହାପରେ ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ […]

You May Like

Pin It on Pinterest