ଆଜିର ଖାସ୍ ଖବର

୧-ଖାଲି ରହିବନି ପଶୁଙ୍କ ପେଟ । ଖୋଲା ରହିବ ପଶୁ ଖାଦ୍ୟ ଦୋକାନ ସହ ପଶୁ ଚିକିତ୍ସାଳୟ । ବୁଲା କୁକୁର ଓ ଗୋରୁଙ୍କ ପାଇଁ ସରକାର ଦେଇଥିଲେ ୫୪ ଲକ୍ଷ।

୨-କରୋନା ଯୋଗୁ ମାନ୍ଦାବସ୍ଥାକୁ ଚାଲିଯିବ ବିଶ୍ୱ ଅର୍ଥନୀତି, ବର୍ତ୍ତିଯିବେ ଚୀନ ଓ ଭାରତ: UN

୩-ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ। ସେ ଭଦ୍ରକ ଜିଲାର ବାସିନ୍ଦା, ନିକଟରେ ଦୁବାଇରୁ ଫେରିଥିଲେ।

୪-କରୋନା ପାଇଁ ଦରମା କଟକଣା । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ୩୦ ପ୍ରତିଶତ, ଆଇଏଏସ, ଆଇପିଏସ ଅଧିକାରୀଙ୍କୁ ମିଳିବ ୫୦ ପ୍ରତିଶତ ଦରମା । ବଳକା ଦରମା ପରେ ମିଳିବ ।

୫-କରୋନା ମୁକାବିଲା: ବିଧାୟକଙ୍କ ମାର୍ଚ୍ଚ ମାସର ୬୦% ଏବଂ ଅଫିସରଙ୍କ ୫୦% ଦରମା କାଟିବାକୁ ଆଦେଶ ଦେଲେ ମହାରାଷ୍ଟ୍ର ସରକାର।

୬-ଜୁନ୍ ୩୦ ଯାଏଁ ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପଲ୍ୟୁସନ୍ ପ୍ରମାଣପତ୍ରର ବୈଧତାକୁ ବୃଦ୍ଧି କଲେ କେନ୍ଦ୍ର ସରକାର।

୭-ନୂଆ ଦିଲ୍ଲୀ:ଗ୍ରାମକୁ ପଳାୟନ କରୁଥିବା ପ୍ରତି ୧୦ ଶ୍ରମିକଙ୍କ ମଧ୍ୟରୁ ୩ ଜଣ କରୋନା ସଂକ୍ରମିତ ହୋଇପାରନ୍ତି, ସୁପ୍ରିମକୋର୍ଟକୁ କେନ୍ଦ୍ରର ଜବାବ।

୮-ଗାଡ଼ି ପାସ୍ ଅପବ୍ୟବହାର କଲେ ପାସ୍ ସିଜ୍ ହେବ: ସିପି।

୯-ସୀମା ସିଲ୍, ଗାଁ ସିଲ୍…ସୀମାରେ ଜଗିଛି ପୁଲିସ୍, ଗାଁ ଜଗିଛନ୍ତି ଯୁବଗୋଷ୍ଠୀ: ତାଲାବନ୍ଦ ଘୋଷଣା ପରେ ଏବେ ଅଜଣା, ଅଚିହ୍ନା ଲୋକଙ୍କ ଗାଁରେ ପ୍ରବେଶ ମନା।

୧୦-କଟକ ବଡ଼ ମେଡିକାଲରେ କରୋନା ପରୀକ୍ଷା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସବୁ ଜିଲ୍ଲାରେ କରାଯିବ ସ୍ୱତନ୍ତ୍ର ହସପିଟାଲ।

୧୧-ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ନିଜ ପତ୍ନୀଙ୍କୁ ଘରକାମରେ ସାହାଯ୍ୟ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ, ଅନ୍ୟମାନେ କରିବାକୁ ଦେଲେ ଆହ୍ୱାନ।

୧୨-ଗ୍ରାହକଂକ ଦ୍ୱନ୍ଦ ଦୂର ହେଲା: ତିନି ମାସ EMI ସ୍ଥଗିତ ରଖିଲେ ବ୍ୟାଙ୍କ।

୧୩-TCS,India Bulls,ମେରିକୋ,SBI General ଭଳି କଂମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ମାର୍ଚ୍ଚ ମାସର ଦରମା ଆଗୁଆ ଦେଇଛନ୍ତି।

୧୪-ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ।

୧୫-ଭୁବନେଶ୍ୱର: ଆଜିଠାରୁ ଓ୍ବାର୍ଡରେ ମିଳିବ ପିଡିଏସ୍ ବା କଣ୍ଟ୍ରୋଲ ସାମଗ୍ରୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Apr 2 , 2020
୧-ଲକଡାଉନ୍: ରେଲଓ୍ୱେ ଓ ଏୟାରଲାଇନ୍ସ ଆରମ୍ଭ କଲେ ଟିକେଟ୍ ବୁକିଂ, ଏପ୍ରିଲ ୧୫ରୁ କରିପାରିବେ ଯାତ୍ରା। ୨-ଖୁସି ଖବର: ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ, ଏମ୍ସ ହସ୍ପିଟାଲରୁ ହେଲେ ଡିସ୍‌ଚାର୍ଜ। ୩-ନିଜାମୁଦ୍ଦିନ କରୋନା ହଟସ୍ପଟ:୧୮୩୦ ଚିହ୍ନଟ,୧୪୦୦ ଚାଲିଛି ଖୋଜା। ୪-ସତର୍କ କଲେ ସୁବ୍ରତ: ଆସନ୍ତା ୨ ସପ୍ତାହ ସମସ୍ତଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଜଗିରଖି ଚଳନ୍ତୁ, ୧୫ ଦିନ ଘରେ ରହି କରୋନାକୁ […]

You May Like

Pin It on Pinterest