ଫୁଲବାଣୀ-ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ…

ପି.ଏନ୍.କହଁର(ଫୁଲବାଣୀ) ୧୮/୦୯: ଫୁଲବାଣୀର ମାଷ୍ଟ୍ରପଡାରେ ଥିବା ପାରିଜାତ କଲ୍ୟାଣ ମଣ୍ଡପରେ,ବିଜେପି ନଗର ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ମହା ମେଘବାହାନ ଐର ଖାରବେଳ ସ୍ୱାଇଁ, ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ସ୍ମିତାରଣୀ ମହାନ୍ତି ଏବଂ ବିଜେପି ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ବହୁ କର୍ମୀ ଉପସ୍ଥିତ ଥିଲେ।

ଏଥିରେ ନଗର ସାଧାରଣ ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନଗର ସଭାପତି ସୁଶାନ୍ତ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ସେହିପରି ସାଂସଦ ପ୍ରାର୍ଥୀ ମହା ମେଘବାହାନ ଐର ଖାରବେଳ ସ୍ୱାଇଁ ବିଜେଡି ସରକାର ଉପରେ ବର୍ଷିଥିଲେ। ଏହି କର୍ମଶାଳାରେ ଫୁଲବାଣି ନଗରରୁ ୩୦୦ ରୁ ଅଧିକ ଲୋକ ବିଜେପିରେ ଯୋଗ ଦେଇଛନ୍ତି l ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୃଦୁଢ଼ କରିବାକୁ ଏବେଠାରୁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚଣ୍ଡିଗଡ଼ ଏମଏମଏସ୍ ଘଟଣା : ୨୪ ଘଣ୍ଟାରେ ୩ ଗିରଫ,ରାତିରେ ମଧ୍ୟ ଛାତ୍ରଛାତ୍ରୀଙ୍କ ହଂଗାମା...

Mon Sep 19 , 2022
ବାସ୍ତବବ୍ୟୁରୋ(ଚଣ୍ଡିଗଡ଼): ପଞ୍ଜାବର ମୋହାଲିର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଆପତ୍ତିଜନକ ଭିଡିଓ ତିଆରି ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏହି ବିଶାଳ ବିରୋଧ ଜାରି ରହିଥିଲା। କେତେକ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଜଣେ ବିଶ୍ୱବିଦ୍ୟାଳୟର ଛାତ୍ରୀ ଆନ୍ୟ ଛାତ୍ରୀ ମାନେ ସ୍ନାନ କରିବା ସମୟରେ ଆପତ୍ତିଜନକ ଭିଡିଓ କରିଥିଲେ ଏବଂ ଶିମଲାରେ ନିଜ ସାଙ୍ଗଙ୍କ ସହ ସେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ସେ […]

You May Like

Pin It on Pinterest