ଆଜିର ଖାସ୍ ଖବର

୧-ଲକଡାଉନ୍: ରେଲଓ୍ୱେ ଓ ଏୟାରଲାଇନ୍ସ ଆରମ୍ଭ କଲେ ଟିକେଟ୍ ବୁକିଂ, ଏପ୍ରିଲ ୧୫ରୁ କରିପାରିବେ ଯାତ୍ରା।

୨-ଖୁସି ଖବର: ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ, ଏମ୍ସ ହସ୍ପିଟାଲରୁ ହେଲେ ଡିସ୍‌ଚାର୍ଜ।

୩-ନିଜାମୁଦ୍ଦିନ କରୋନା ହଟସ୍ପଟ:୧୮୩୦ ଚିହ୍ନଟ,୧୪୦୦ ଚାଲିଛି ଖୋଜା।

୪-ସତର୍କ କଲେ ସୁବ୍ରତ: ଆସନ୍ତା ୨ ସପ୍ତାହ ସମସ୍ତଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଜଗିରଖି ଚଳନ୍ତୁ, ୧୫ ଦିନ ଘରେ ରହି କରୋନାକୁ ହରାନ୍ତୁ।

୫-କରୋନା ପାଇଁ CBSEର ପଦକ୍ଷେପ – ପ୍ରଥମରୁ ଅଷ୍ଟମ ସବୁ ପାସ, ନବମ ଓ ଦ୍ୱାଦଶ ପାଇଁ କ୍ଲାସ ପରୀକ୍ଷା ଅନୁଯାୟୀ ନିଷ୍ପତ୍ତି।

୬-ଧର୍ମ ଆଧାରରେ ରିଲିଫ ବାଣ୍ଟୁଛି ପାକିସ୍ତାନ, ସଂଖ୍ୟା ଲଘୁଙ୍କୁ ଦେଉନି ରାସନ।

୭-ରାଜ୍ୟରେ ଆଉ ଜଣେ ୬୦ବର୍ଷର କରୋନା ଆକ୍ରାନ୍ତ ଏମ୍ସରେ ଭର୍ତ୍ତି। ରାଜଧାନୀର ସୂର୍ଯ୍ୟନଗରର ବାସିନ୍ଦା।

୮-ନିଜ ଗ୍ରାହକଙ୍କୁ EMI ତିନି ମାସ ନଭରିବାର ସୁବିଧା ଦେଲେ ICICI,HDFC : ଜାରି ହେଲା ଗାଇଡ୍‌ଲାଇନ୍‌।

୯-ତାଲାବନ୍ଦ ଯୋଗୁଁ ବଢୁଛି ପାରିବାରିକ ବିବାଦ: ମହିଳା ଆୟୋଗ

୧୦-କରୋନା ଗୁଜବକାରୀଙ୍କୁ ସରକାରଙ୍କ ଚେତାବନୀ । ଆକ୍ରାନ୍ତଙ୍କୁ ନେଇ କିଛି ବି ଅପପ୍ରଚାର କଲେ କାହାକୁ ଛଡାଯିବନି, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।

୧୧-ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ । ଜଳିଗଲା ୮ରୁ ଅଧିକ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, କାରଣ ଅସ୍ପଷ୍ଟ।

୧୨-ତାତିରେ ସିଝିବ ସାରା ଓଡ଼ିଶା, ବଢିବ ତାପମାତ୍ରା ସହ ଗୁଳୁଗୁଳି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ଅପଡେଟ୍

Thu Apr 2 , 2020
ବାସ୍ତବ ବ୍ୟୁରୋ- ଦିନକୁ ଦିନ ଦେଶ ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଭୂତାଣୁ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି। ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୭୬୪ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି।  ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୩ଜଣଙ୍କର ମୃତ୍ୟୁ ହୋଇଛି ଓ ୪୨ ଜଣ ସୁସ୍ଥ […]

You May Like

Pin It on Pinterest