
ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମ ଅନ୍ତର୍ଗତ ପେଟାନାଳ ମଂଗଳାବସ୍ତିର ସୈାନ୍ଦର୍ଯ୍ଯକରଣ ଲାଗି ୧୫ ଦିନ ମଧ୍ଯରେ ଏହି ଅଂଚଳରେ ବାସ କରୁଥିବା ବସ୍ତିବାସିନ୍ଦା ଙ୍କୁ ବସ୍ତି ଉଚ୍ଛେଦ ଲାଗି କଟକ ମହାନଗର ନିଗମର ଅଧୀକାରୀ ମୈାଖିକ ନୋଟିସ୍ ଦେବାକୁ ବିରୋଧ କରି, କଟକ ବସ୍ତିବାସିନ୍ଦା ମିଳିତ ମଂଚ ପକ୍ଷରୁ ଆବାହକ ଶ୍ରୀ ଖଗେଶ୍ୱର ସେଠୀଙ୍କ ନେତୃତ୍ବ ରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ କଟକ ମହାନଗର କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏଥି ସହ ଏହି ପଦକ୍ଷେପ ମହାନଗର ନିଗମ ଆଇନ୍ -୨୦୧୭ କୁ ଅଣଦେଖା କରିବା ତଥା ବସ୍ତିବାସିନ୍ଦାମାନଙ୍କୁ ଅନ୍ଯତ୍ର ଥଇଥାନ ନକରି ବସ୍ତି ଉଚ୍ଛେଦ କରିବା ଦ୍ବାରା ବସ୍ତିବାସିନ୍ଦାମାନଙ୍କର ସରକାରୀ ସ୍କୁଲ ରେ ପଢୁଥିବା ପିଲାମାନଙ୍କର ପାଠପଢାରେ ବ୍ଯାଘାତ ହେବା ସହ ଆର୍ଥିକ ସମସ୍ଯା ସ୍ରୁଷ୍ଟି ହେବ ବୋଲି ଶ୍ରୀ ସେଠୀ କହିଛନ୍ତି। ଏହି ସବୁ ସମସ୍ଯାକୁ ନଜର ରଖି କଟକ ମହାନଗର ନିଗମ ର ମେୟର, କମିଶନର ଉପଯୁକ୍ତ ପଦକ୍ଷେପ ନେବାକୁ ଦାବୀ କରିବା ସହ ଯଦି ଏହି ସମସ୍ଯା ର ସମାଧାନ ତୁରନ୍ତ ନହୁଏ ତେବେ ବସ୍ତିବାସିନ୍ଦା ମିଳିତ ମଂଚ ରାଜରାସ୍ତାକୁ ନିଶ୍ଚୟ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ।
ଏହି ବିକ୍ଷୋଭ ପ୍ରଦର୍ଶନ ରେ ସାମ୍ଯବାଦୀ ନେତା ଶ୍ରୀ ବିଶ୍ବାବସୁ ଦାସ, ଶ୍ରମିକ ନେତା ଶ୍ରୀ ରାଜକିଶୋର ମଲ୍ଲୀକ, ସଦସ୍ଯ ଶ୍ରୀ ସ୍ବାଧୀନ ବେହେରା ଓ ସିପ୍ରା ମହାନ୍ତି ଙ୍କ ସହ ବହୁ ସଦସ୍ଯ ଯୋଗ ଦେଇ ନିଗମର ଏହି ବସ୍ତି ଉଚ୍ଛେଦ ଅଭିଯାନ ର ପ୍ରତିବାଦ କରିଥୂଲେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁରୀଘାଟ ଥାନା ପକ୍ଷରୁ ଆବଶ୍ଯକୀୟ ପୋଲିସ୍ ମୁତୟନ କରାଯାଇଥିଲା।