
ସଞ୍ଜୟ ଶତପଥୀ(କଟକ)୨୨।୦୯:ଫୁଟପାଥ ଉପରକୁ ମାଡ଼ିଗଲା ସ୍କୁଲ ବସ।ଗଛରେ ପିଟି ହେଲା ବସ୍ର ସମ୍ମୁଖ ଭାଗ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ଡ୍ରାଇଭର ।
ସୂଚନା ଅନୁଯାଇ,କଟକ ସିଡିଏ ଅଭିମୁଖେ ଯାଉଥିବା ବେଳେ ସିଡିଏ ଫେଜ-୨ ଥାନା ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡି ଯିବା ଫଳରେ, ଡିଭାଇଡର କଡରେ ଥିବା ଏକ ଗଛରେ ପିଟି ହେବାରୁ ବସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ତେବେ ଛାତ୍ରଛାତ୍ରୀ ଓ ବସ ଡ୍ରାଇଭର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।ଘଟଣାସ୍ଥଳରେ ପୋଲିସ ଓ ସିଡିଏ ଅଗ୍ନିଶମ ବାହିନୀ ପହଞ୍ଚି ଗଛ ଡାଳ କାଟିବା ପରେ ବସକୁ ତଳକୁ ଅଣାଯାଇଥିଲା ।