
ସଞ୍ଜୟ ଶତପଥୀ(କଟକ): କଟକ ଟାଙ୍ଗି ଟୋଲ ଗେଟରୁ ଜବତ ହୋଇଛିଏକ କୁଇଣ୍ଟାଲ ରୁପା ଇଟା,ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା ଏହା ଜବତ କରାଯାଇଛି ।ଜିଏସଟି ଏବଂ ଅବକାରୀ ବିଭାଗ ପକ୍ଷରୁ ଦୁଇ ଅଭିଯୁକ୍ତଂକୁ ଅଟକ ରଖି ପଚରାଉଚାର କରାଯାଉଛି ।
କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ,ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟାଙ୍ଗି ଟୋଲ ଗେଟରେ ଏକ କାର ଉପରେ ଚଢ଼ାଉ କରିଥିଲେ । ସେହି କାରରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ଥିଲା। ହେଲେ ଚଢ଼ାଉ ବେଳେ ଜଣାପଡ଼ିଲା ଯେ କାରର ସିକ୍ରେଟ୍ ଚାମ୍ବରରେ ରହିଛି ଶହେ କେଜି ରୁପା ଇଟା ସହ ୧୨ ଲକ୍ଷ ଟଙ୍କା।
ପଶ୍ଚିମବଙ୍ଗ ନମ୍ବର ଥିବା କାରରେ ଏସବୁ ସାମଗ୍ରୀ ଆସ୍କାରୁ ଖଡ଼ଗପୁର ଚାଲାଣ ହେଉଥିଲା।ଟୋଲ ଗେଟରେ ଚେକିଂ ବେଳେ ଏହି ଘଟଣା ଜଣା ପଡିଛି । ଏତେ ପରିମାଣର ଟଙ୍କା, ରୁପା ଇଟା ଓ ଚାନ୍ଦି ଅଳଙ୍କାର କାହାର ଓ ସେ ଜିଏସଟି ଫାଙ୍କିଛନ୍ତି କି ତାହା ଉପରେ ତଦନ୍ତ ଆରମ୍ଭ ହୋଇଛି ।