
ରାକେଶ ବିଶ୍ୱାଳ(ରାଉରକେଲା): ପାରିବାରିକ କଳହ ଦିନକୁ ଦିନ ଉଜାଡୁଛି ଘର ସଂସାର।ଦେଖା ଦେଉଛି ବହୁ ଅପ୍ରୀତିକର ଗଟଣା ।ପତି ପତ୍ନୀଙ୍କ କଳହର ଶେଷ ପରିଣତି ହତ୍ୟାର ରୂପ ନେଉଛି ।ଏପରି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି,ପତ୍ନୀଙ୍କୁ ମାରି ଘରେ ଟାଙ୍ଗି ଦେଇଛି ପତି। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଟିମ୍ବର କଲୋନିରେ। ପ୍ଲାଣ୍ଟସାଇଟ ପୁଲିସ ମହିଳାଙ୍କ ସ୍ୱାମୀ ବିକାଶ ଦେ ଙ୍କୁ ଥାନାରେ ଅଟକ ରଖିଛି। ମୃତ ମହିଳାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାଇ, ରାଉରକେଲା ସେକ୍ଟର ୧୪ର ମାମୁଁଙ୍କ ଘର ରହୁଥିଲେ ବାସନ୍ତୀ ହୀରା (୨୪) । ଗତ ବର୍ଷ ୨୦୨୧ ମାର୍ଚ୍ଚରେ ସମ୍ବଲପୁର ବୁର୍ଲାର ବିକାଶଙ୍କୁୁ ବିବାହ କରିଥିଲେ। ଆର୍ଥିକ ସ୍ଥିତି ଠିକ ନ ଥିବାରୁ ଗତ ମେ ମାସରେ ରାଉରକେଲା ଟିମ୍ବର କଲୋନିରେ ଭଡ଼ା ଘରେ ରହି ଉଭୟ ପତିପତ୍ନୀ କାମ କରି ଚଳୁଥିଲେ । ସ୍ୱାମୀ ବିକାଶ ଠିକା ଶ୍ରମିକ ଓ ପତ୍ନୀ ହୋଟେଲରେ କାମ କରୁଥିଲେ । ସହି ପଡିଶାଙ୍କ କହିବା ଅନୁଯାଇ,ଗତକାଲି ରାତିରେ କୌଣସି କଥାକୁ ନେଇ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମୃତ ମହିଳା ବାସନ୍ତୀ ହୀରାଙ୍କ ସଂପର୍କୀୟଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛନ୍ତି ।



